ପାଟନା ଯାଉଥିବା ଯାତ୍ରୀ ଇଣ୍ଡିଗୋ ବିମାନରେ ଉଦୟପୁର ପହଞ୍ଚି‌ଗଲେ, ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିସିଏ

ଉଦୟପୁର : ନୂଆଦିଲ୍ଲୀ ବିମାନବନ୍ଦରରେ ଜଣେ ଯାତ୍ରାୀ ପାଟନା ଯିବା ପାଇଁ ଇଣ୍ଡିଗୋ ବିମାନରେ ବାହାରିଥିଲେ। କିନ୍ତୁ ଯାତ୍ରୀ ଜଣଙ୍କୁ ଭୁଲ୍‌ ବିମାନରେ ବସାଇ ଦିଆଯିବାରୁ ସେ ପାଟନା ବଦଳରେ ନିଜ ଗନ୍ତବ୍ୟସ୍ଥଳଠାରୁ ୧୪ଶହ କିମି ଦୂର ଉଦୟପୁରରେ ଅବତରଣ କରିଥିଲେ। ଏହି ଘଟଣା ଜାନୁଆରି ୩୦ ତାରିଖରେ ଘଟିଥିଲା। ଯାତ୍ରୀଙ୍କୁ ତା’ ପରଦିନ ତାଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ଡିଜିସିଏ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀଙ୍କ ବୋର୍ଡିଂ ପାସ୍‌ ଯାଞ୍ଚରେ ଗୁରୁତର ଅବହେଳା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର