ମହଙ୍ଗା ସାବ୍ୟସ୍ତ ହେଲା ପ୍ରଥମ ବିମାନ ଯାତ୍ରା; ବିମାନ ବନ୍ଦରରେ ଓହ୍ଲାଇବା ମାତ୍ରେ ଗିରଫ ହେଲେ ଯାତ୍ରୀ, ଜାଣନ୍ତୁ ମଝି ଆକାଶରେ କରିଥିଲେ କି ଅପରାଧ…
ପାଟନା (ବିହାର): ଜୀବନରେ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥିବା ଜନୈକ ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା ମହଙ୍ଗା ସାବ୍ୟସ୍ତ ହୋଇଛି। ନିଜ ଅଜାଣତରେ ସଂପୃକ୍ତ ଯାତ୍ରୀ ଜଣକ ବିମାନ ଭିତରେ କରି ଦେଇଥିବା ଏକ ଭୁଲ ପାଇଁ ପୁଲିସ୍ ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସଂପୃକ୍ତ ଯାତ୍ରୀ ଜଣକ ଏକ ବିମାନରେ ଦିଲ୍ଲୀରୁ ପାଟନା ଆସୁଥିଲେ। ଯାତ୍ରୀ ଜଣକ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥିବା ବେଳେ ବିମାନ ଯାତ୍ରା ସଂପର୍କିତ ତାଙ୍କର କୌଣସି ପୂର୍ବ ଅଭିଜ୍ଞତା ନଥିଲା। ତେବେ, ବିମାନଟି ମଝି ଆକାଶରେ ଥିବାବେଳେ ସଂପୃକ୍ତ ଯାତ୍ରୀ ଜଣକ ଶୌଚାଳୟ ଦ୍ୱାର ଭାବି ବିମାନର ପ୍ରସ୍ଥାନ ଦ୍ୱାରକୁ ଖୋଲି ଦେଇଥିଲେ। ଫଳରେ ବିମାନ ମଧ୍ୟରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହେବା ସହ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ହେଲେ, ସୌଭାଗ୍ୟକୁ ଏହି କାରଣ ପାଇଁ କୌଣସି ପ୍ରକାରର ଅଘଟଣ ଘଟିବା ପୂର୍ବରୁ ବିମାନର ପାଇଲଟ ଓ ଅନ୍ୟ କର୍ମଚାରୀମାନେ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। ତଥାପି, ଯାତ୍ରୀ ଜଣକଙ୍କର ଏଇ କାରନାମା ସଂପର୍କରେ ବିମାନର ପାଇଲଟ ପାଟନା ବିମାନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଥିଲେ। ଫଳରେ ବିମାନଟି ପାଟନା ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ସୁରକ୍ଷା କର୍ମୀମାନେ ସଂପୃକ୍ତ ବିମାନ ଯାତ୍ରୀଙ୍କୁ ଗିରଫ କରି ନେଇଥିଲେ।
ପରେ ଜେରା କାଳରେ ସଂପୃକ୍ତ ଯାତ୍ରୀ ଜଣକ କହିଥିଲେ ଯେ ସେ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥିବାରୁ ବିମାନ ଯାତ୍ରା ସଂପର୍କରେ ତାଙ୍କର କୌଣସି ପୂର୍ବ ଅଭିଜ୍ଞତା ନଥିଲା ଯେଉଁଥି ପାଇଁ ଏପ୍ରକାରର ଭୁଲ ହୋଇଗଲା। ପୁଲିସ୍ ସଂପୃକ୍ତ ଯାତ୍ରୀଙ୍କୁ ପରେ ଜାମିନରେ ଛାଡ଼ି ଦେଇଥିବା ବେଳେ ତାଙ୍କ ନାମ କିନ୍ତୁ ସାଧାରଣରେ ପ୍ରକାଶ କରିନାହିଁ। ତଥାପି ସଂପୃକ୍ତ ବ୍ୟକ୍ତିଙ୍କ ଘ୍ର କଙ୍କରବାଗ ଅଞ୍ଚଳରେ ଏବଂ ଆଜ୍ମେରରେ ଥିବା ବ୍ୟାଙ୍କ୍ରେ ସେ ଅଧିକାରୀ ଥିବା କହିଛି ପୁଲିସ୍।