ମାଲେସିଆରୁ ଅମୃତସର ଫେରୁଥିବାବେଳେ ବିମାନରେ ଯାତ୍ରୀଙ୍କର ମୃତ୍ୟୁ

ଅମୃତସର: ମାଲେସିଆରୁ ପଞ୍ଜାବର ଅମୃତସରକୁ ଫେରୁଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କର ମଝି ଆକାଶରେ ମୃତ୍ୟୁ ଘଟିଛି | ଅମୃତସରରେ ବିମାନ ଅବତରଣ କରିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ହୁକୁମ ସିଂଙ୍କ ବିମାନ ଶନିବାର ବିଳମ୍ବିତ ରାତିରେ ଅମୃତସରରେ ଅବତରଣ କରିଥିଲା। ଅମୃତସରର ସିଭିଲ ସର୍ଜନ ପାର୍ବଦୀପ କୌର କହିଛନ୍ତି ଯେ ଶ୍ରୀ ସିଂଙ୍କ ମୃତଦେହ ଅମୃତସରର ସରକାରୀ ଡାକ୍ତରଖାନାରେ ରଖାଯାଇଛି।

youniversitytv.com

ଶବ ବ୍ୟବଚ୍ଛେଦ ପରେ ଏହା ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ପାର୍ବଦୀପ କହିଛନ୍ତି ଯେ ବିମାନଟି ଅବତରଣ କରିବା ପରେ ଯାତ୍ରୀଙ୍କୁ ବିମାନବନ୍ଦର ନିକଟସ୍ଥ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ହିଁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି ।

ମୃତକଙ୍କ ପରିବାରର କହିବାନୁସାରେ, ଶ୍ରୀ ସିଂଙ୍କର ଛାତିରେ ହଠାତ୍ ଯନ୍ତ୍ରଣା ହୋଇଥିଲା | ଏହାକୁ ନେଇ ହୁକୁମଙ୍କ ପରିବାର ଲୋକଙ୍କ ପକ୍ଷରୁ ଅମୃତସରର ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ବାର୍ତ୍ତା ଦିଆଯାଇଥିଲା ଏବଂ ବିମାନ ଅବତରଣ କରିବା ପୂର୍ବରୁ ଏକ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଥିଲା। ବିମାନ ଅବତରଣ କରିବା ସଙ୍ଗେ ସଙ୍ଗେ ପରିବାର ସଦସ୍ୟ ତାଙ୍କୁ ଆମ୍ବୁଲାନ୍ସରେ ବିମାନବନ୍ଦର ନିକଟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର