ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁଣେରୁ ନାଗପୁର ଯାଉଥିବା ଜଣେ ମହିଳା ଯାତ୍ରୀ ବିମାନରେ ଚଢ଼ିବା ପରେ ତାଙ୍କ ସିଟରେ କୁସନ ନଥିବା ସେ ଦେଖିବାକୁ ପାଇଥିଲେ।
ସୂଚନାଯୋଗ୍ୟ, ଗତ ରବିବାର ପୁଣେରୁ ନାଗପୁର ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ-୬୭୯୮)ରେ ସାଗରିକା ନାମକ ଯାତ୍ରୀ ଯାତ୍ରା କରିବାକୁ ବିମାନରେ ଚଢ଼ିଥିଲେ। ତାଙ୍କୁ ଏୟାରଲାଇନ୍ସ ଦ୍ୱାରା ୱିଣ୍ଡୋ ସାଇଡ ସିଟ ନମ୍ବର୧୦ଏ ଦିଆଯାଇଥିଲା।
ସାଗରିକା ଯେତେବେଳେ ନିଜ ସିଟ ନିକଟରେ ପହଞ୍ଚିଥିଲେ ଦେଖିଲେ ଯେ ସିଟ ଉପରେ ଥିବା କୁଶନ ନାହିଁ। ଯାତ୍ରୀ ଏହି ଘଟଣା ସମ୍ପର୍କରେ କ୍ୟାବିନ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।
ଯାତ୍ରୀଙ୍କ ଏଭଳି ଅଭିଯୋଗ ଶୁଣି ଏୟାରହଷ୍ଟେସ ଉତ୍ତର ଦେଇ କହିଥିଲେ, ‘ସିଟ ଚାରିପାଖରେ ଖୋଜ କେଉଁଠି ପଡ଼ି ଯାଇଥିବ।’
ସାଗରିକା ବି ଏୟାର ହଷ୍ଟେସଙ୍କ କଥା ଅନୁସାରେ କୁସନକୁ ଖୋଜିଥିଲେ। କିନ୍ତୁ କୌଣସି ସ୍ଥାନରେ ପାଇ ନଥିଲେ। କ୍ୟାବିନ କ୍ରୁ କି ଏୟାର ହଷ୍ଟେସ ଏନେଇ ଯାତ୍ରୀଙ୍କୁ ବି କୌଣସି ସାହାଯ୍ୟ କରି ନଥିଲେ।
#Indigo !! #Flight 6E 6798 !! Seat no 10A ! Pune to Nagpur!!! Today’s status … Best way to increase profit 😢😢…Pathetic … pic.twitter.com/tcXHOT6Dr5
— Subrat Patnaik (@Subu_0212) November 25, 2023
ଏହି ଘଟଣାକୁ ନେଇ ମହିଳା ଯାତ୍ରୀ ସାଗରିକ ଓ ତାଙ୍କ ସ୍ବାମୀ ସୁବ୍ରତ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି,‘ ଇଣ୍ଡିଗୋ ଭଳି ବିମାନ କମ୍ପାନି ଠାରୁ ଯାତ୍ରୀମାନେ କେବେ ବି ଏମିତି ଆଶା କରି ନଥିଲେ। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା।’