ନୂଆଦିଲ୍ଲୀ: ଟ୍ରେନ ବଗିରେ ବିଦ୍ୟୁତ ସଂଯୋଗ କଟିଯିବାରୁ ତାତିଗଲେ ଯାତ୍ରୀ | ଆଉ ଯାତ୍ରୀଙ୍କ ଅସନ୍ତୋଷର ଶିକାର ହେଲେ ଟିକେଟ ନିରୀକ୍ଷକ ବା ଟିଟିଇ | ଯାତ୍ରୀମାନେ ଦୀର୍ଘ ଦୁଇ ଘଣ୍ଟା ଧରି ଟିଟିଇଙ୍କୁ ଟ୍ରେନର ଶୌଚାଳୟ ଭିତରେ ବନ୍ଧକ କରି ରଖିଥିଲେ | ଦିଲ୍ଲୀରୁ ଗାଜିପୁର ଯାଉଥିବା ସୁହେଲଦେବ ସୁପରଫାଷ୍ଟ ଏକ୍ସପ୍ରେସରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ବାସ୍ତବରେ ଟ୍ରେନର ଦୁଇଟି କୋଚରେ ବିଦ୍ୟୁତ କଟିଯିବାରୁ କ୍ରୋଧିତ ଯାତ୍ରୀମାନେ ଶୌଚାଳୟ ଭିତରେ ଟ୍ରେନ ଟିକେଟ୍ ନିରୀକ୍ଷକ ବା ଟିଟିଇଙ୍କୁ ତାଲା ପକାଇ ଦେଇଥିଲେ।
VIDEO | Due to a power failure in B1 and B2 coaches, the angry passengers created a ruckus and locked the TTE in the toilet in the Suhaildev Superfast Express going from Anand Vihar Terminal to Ghazipur on Friday. Soon after the departure of the train from Anand Vihar Terminal,… pic.twitter.com/cr1pIk5KSX
— Press Trust of India (@PTI_News) August 11, 2023
ଖବର ଅନୁଯାୟୀ, ଶୁକ୍ରବାର ଦିନ ଏହି ଟ୍ରେନ୍ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ ଗାଜିପୁର ଅଭିମୁଖେ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ ଟ୍ରେନ ଗାଜିପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଟ୍ରେନର ବି୧ ଏବଂ ବି୨ କୋଚରେ ବିଦ୍ୟୁତ ସଂଯୋଗ କଟିଯାଇଥିଲା | ବିଦ୍ୟୁତ ସଂଯୋଗ କଟିଯିବାରୁ ଲାଇଟ ସହ ଏସି ମଧ୍ୟ କାମ କରିବା ବନ୍ଦ ହୋଇଯାଇଥିଲା | ଏନେଇ ଯାତ୍ରୀମାନେ ଟିଟିଇଙ୍କ ନିକଟରେ ଅଭିଯୋଗ କରିଥିଲେ | ତେବେ ଟିଟିଇ ଯାତ୍ରୀଙ୍କ କଥାକୁ କୌଣସି ଗୁରୁତ୍ୱ ନ ଦେବାରୁ ଉତ୍ୟକ୍ତ ଯାତ୍ରୀମାନେ ଟିଟିଇଙ୍କୁ ଶୌଚାଳୟରେ ବନ୍ଦ କରିଦେଇଥିଲେ | ଟିଟିଇଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଶୌଚାଳୟରେ ବନ୍ଦ କରି ରଖାଯାଇଥିଲା। ପରେ ଟ୍ରେନକୁ ଅଧାବାଟରେ ଅଟକାଯାଇଥିଲା | ବୈଷୟିକ ଟିମ ଆସି ବିଦ୍ୟୁତ ସଂଯୋଗ ଠିକ କରିବା ପରେ ଟିଟିଇଙ୍କୁ ଉଦ୍ଧାର କରାଯାଇଥିଲା | ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି |