ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ‘ଇଣ୍ଡିଗୋ’ ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଜଣେ ଯାତ୍ରୀଙ୍କୁ ଅଟକ ରଖାଯାଇଥିବା କଥା ‘ଇଣ୍ଡିଗୋ ଏୟାର୍ଲାଇନ୍ସ୍’ ସୂଚନା ଦେଇଛି।
ବିମାନ ଚେନ୍ନାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ମାଣିକନନ୍ଦନ ନାମକ ସେ ଯାତ୍ରୀଙ୍କୁ ‘ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ’କୁ (ସିଆଇଏସ୍ଏଫ୍) ହସ୍ତାନ୍ତର କରାଯାଇଛି। ମାଣିକନନ୍ଦନଙ୍କ ନାଁରେ ‘ଇଣ୍ଡିଗୋ’ କର୍ତ୍ତୃପକ୍ଷମାନେ ଅଭିଯୋଗ ଦାଏର କରିଥିବା ବେଳେ ଘଟଣାର ତଦନ୍ତ ଚଳାଇଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ‘ଇଣ୍ଡିଗୋ’ ବିମାନ ନମ୍ବର ‘୬ଇ ୬୩୪୧’ରେ ମଙ୍ଗଳବାର ରାତିରେ ଉପରୋକ୍ତ ଘଟଣା ଘଟିଛି। ‘ଇଣ୍ଡିଗୋ’ କର୍ତ୍ତୃପକ୍ଷମାନେ ଘଟଣା ବିଷୟରେ ‘ସିଆଇଏସ୍ଏଫ୍’ ଅଧିକାରୀଙ୍କୁ ଅବଗତ କରାଇ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅନୁରୋଧ କରିଛନ୍ତି।
Image Courtesy of Mintବୁଧବାର ଦିନ ‘ସିଆଇଏସ୍ଏଫ୍’ ଅଧିକାରୀଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି: ବିମାନ ବନ୍ଦରରେ ପହଞ୍ଚିବା ପରେ ଜଣେ ଯାତ୍ରୀ ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର ଖୋଲିବାକୁ ଉଦ୍ୟମ କରୁଥିବା କଥା ଆମ ‘କ୍ରୁ’ ଦେଖିପାରିଲେ। ତେଣୁ, ନିୟମାନୁସାରେ, ଆମେ ଥାନାରେ ଅଭିଯୋଗ ଦାଏର କରିବୁ। ଉକ୍ତ ଯାତ୍ରୀଙ୍କୁ ଥାନାକୁ ନେବା ପାଇଁ ‘ସିଆଇଏସ୍ଏଫ୍’ ଅଧକାରୀମାନଙ୍କ ବ୍ୟବସ୍ଥା କରିବା ପାଇଁ ଆପଣଙ୍କୁ ଅନୁରୋଧ କରୁଛୁ।
ସମ୍ପ୍ରତି ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/plane-1.jpg)