୬୫୦ଫୁଟ ଉଚ୍ଚରେ ଉଡ଼ୁଥିବା ବେଳେ ବିମାନର ଜରୁରୀକାଳିନ ଦ୍ବାର ଖୋଲି ଦେଲେ ଯାତ୍ରୀ, ୯ ଆହତ

ନୂଆଦିଲ୍ଲୀ: ସାଉଥ କ‌ୋରିଆର ଏସିଆନା ଏୟାରଲାଇନ୍ସର ବିମାନରେ ଜଣେ ଯାତ୍ରୀ ବିମାନର ଜରୁରୀକାଳିନ ଦ୍ବାର ଖୋଲି ଦେଇଥିଲେ। ଏହି ଘଟଣା ବିମାନ ଅବତରଣ କରିବାର କିଛି ସମୟ ପୂର୍ବରୁ ଘଟିଥିବା କୁହାଯାଉଛି।

ଏହି ସମୟରେ ବିମାନଟି ପାଖାପାଖି ୬୫୦ଫୁଟ ଉଚ୍ଚରେ ଉଡ଼ୁଥିଲା। ତେବେ ବିମାନରେ ଏଭଳି ବିପଦପୂର୍ଣ୍ଣ ଘଟଣା ଘଟାଇଥିବା ଯାତ୍ରୀଙ୍କୁ ଗିରଫ କରି ନିଆଯାଇଛି। ଏସିଆନା ଏୟାରଲାଇନ୍ସ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଘଟଣା ଗତ ଶୁକ୍ରବାର ଘଟିଥିଲା। ଏୟାରବସ ଏ୩୨୧-୨୦୦ରେ ୬ଜଣ କ୍ରୁ ସଦସ୍ୟ ଓ ୧୯୪ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏହି ସମୟରେ ବିମାନର ଜରୁରୀକାଳିନ ଦ୍ବାର ନିକଟରେ ବସିଥିବା ଜଣେ ଯାତ୍ରୀ ଉକ୍ତ ଦ୍ବାରକୁ ଖୋଲି ଦେଇଥିଲେ। ବିମାନଟି ଏହି ସମୟରେ ୬୫୦ଫୁଟ ଉଚ୍ଚରେ ଉଡ଼ୁଥିଲା। ଏହି ଘଟଣାରେ ୯ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଥିଲା।

 

ବିମାନଟି ଉଚ୍ଚରେ ଉଡ଼ୁ ଥିବବେଳେ ଜରୁରୀକାଳିନ ଦ୍ବାର ଖୋଲିଯିବାରୁ ପ୍ରଚଣ୍ଡ ଶବ୍ଦରେ ପବନ ହେବା ସହିତ ଜିନିଷ ପତ୍ର ଏଣେତେଣେ ଉଡ଼ିଯାଇଥିଲା। ଦ୍ରୁତଗତିରେ ପବନ ହେଉଥିବାରୁ ବିମାନରେ ଥିବା ଶିଶୁ, ବୃଦ୍ଧା ଆଦି ଯାତ୍ରୀଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ‌

ତେଣୁ ସେମାନେ ଆହତ ହୋଇଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଓ କ୍ରୁ ସଦସ୍ୟଙ୍କ ସାହାସ ହେତୁ ବିମାନର ଜରୁରୀକାଳିନ ଦ୍ବାରକୁ ବନ୍ଦ କରାଯାଇଥିଲା। ଫଳରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଯାଇ ପାରିଥିଲା। ବିମାନ ଅବତରଣ ପରେ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର