ଉଡ଼ନ୍ତା ବିମାନ ମଧ୍ୟର ଉଲଗ୍ନ ହୋଇ ଚାଲିଲେ ଯାତ୍ରୀ

ଲକ୍ଷ୍ନୌ: ଉଡ଼ନ୍ତା ବିମାନ ମଧ୍ୟରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଜଣେ ପୁରୁଷ ଯାତ୍ରୀ ଚାଲିବାରୁ ଶନିବାର ଦିନ ଏୟାର୍‌ ଏକ୍ସ୍‍ପ୍ରେସ୍‌ ଫ୍ଲାଇଟ୍‌ ଆଇଏକ୍ସ୍‍-୧୯୪ରେ ଦୁବାଇରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଯାତ୍ରୀମାନେ ଲଜ୍ଜାରେ ବୁଡ଼ିଯାଇଥିଲେ।

ତୁରନ୍ତ ବିମାନରେ ଥିବା ପରିଚାରକମାନ ଉକ୍ତ ଉଲଗ୍ନ ବ୍ୟକ୍ତିଙ୍କୁ ଗୋଟାଏ କମ୍ବଳ ଘୋଡ଼ାଇ ଦେଇଥିଲେ ବୋଲି ଏୟାର୍‌ଲାଇନ୍‌ ତରଫରୁ କୁହାଯାଇଛି।

ବିମାନର କପ୍ତାନ୍‌ଙ୍କ ନିର୍ଦେଶକ୍ରମେ ଉକ୍ତ ଯାତ୍ରୀଙ୍କୁ ଲକ୍ଷ୍ନୌ ବିମାନ ବନ୍ଦରସ୍ଥିତ ଏୟାର୍‌ଲାଇନ୍‌ସ୍‌ ସିକ୍ୟୁରିଟିଙ୍କୁ ହସ୍ତାନ୍ତର କରାଯାଇଛି ଓ ସେମାନେ ଘଟନାର ତଦନ୍ତ କରୁଛନ୍ତି ବୋଲି ଏୟାର୍‌ ଏକ୍ସ୍‍ପ୍ରେସ୍‌ର ମୁଖପାତ୍ର କହିଛନ୍ତି।

ଖବର ଅନୁସାରେ, ଦୁଇ ଜଣ ବିମାନ ପରିଚାରକ ସେ ଲୋକଟିକୁ ଧରି ସିଟ୍‌ରେ ବସାଇ ରଖିଥିଲେ।

ସେ ବିମାନରେ ୧୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ।

ସମ୍ବନ୍ଧିତ ଖବର