ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜଣେ ଯାତ୍ରୀ ଉଡ଼ନ୍ତା ବିମାନ ମଧ୍ୟରେ ଧୂମପାନ କରିବାକୁ ଅଡ଼ି ବସିବାରୁ ଏକ ଭିସ୍ତାରା ବିମାନ ଅଧବାଟରୁ ବିମାନ ବନ୍ଦରକୁ ଫେରି ଆସିଥିଲା ତାଙ୍କୁ ଓହ୍ଲାଇ ଦେବା ନିମନ୍ତେ।
ଘଟନାଟି ଘଟିଛି ଅମୃତସର-ଦିଲ୍ଲୀ-କୋଲ୍କାତା ବିମାନରେ ଶୁକ୍ରବାର ସକାଳେ। ଅମୃତସରରୁ କୋଲକାତା ଅଭିମୁଖେ ଯାଉଥିବା ଜଣେ ଯାତ୍ରୀ ଉଡ଼ନ୍ତା ବିମାନ ମଧ୍ୟରେ ଧୂମପାନ କରିବାକୁ ଅଡ଼ିବସିବାରୁ ପରିଚାରକମାନଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଅଶିଷ୍ଟ ଆଚରଣ ଯୋଗୁଁ ସେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଲାଗି ବିମାନଟି ପୁଣି ଦିଲ୍ଲୀ ଫେରି ଯାଇଥିଲା।