ପାଟନାରେ ଗଙ୍ଗା ନଦୀକୁ ଖସି ପଡ଼ିଲା ଯାତ୍ରୀବାହୀ ଗାଡ଼ି; ୮ ଶବ ଉଦ୍ଧାର

ପାଟନା: ଆଜି ଦାନପୁରରେ ପ୍ରବାହିତ ଗଙ୍ଗା ନଦୀ ମଧ୍ୟକୁ ଏକ ଯାତ୍ରୀବାହୀ ଗାଡ଼ି ଖସି ପଡ଼ିବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ କେତେଜଣ ନିଖୋଜ ହୋଇଯାଇଛନ୍ତି।

ଶୁକ୍ରବାର ସକାଳେ ୨୫ଜଣ ଲୋକଙ୍କୁ ନେଇ ଯାତ୍ରୀବାହୀ ଗାଡ଼ିଟି ପିପା ପୋଲ ଉପର ଦେଇ ନଦୀ ଅତିକ୍ରମ କରୁଥିଲା। କୌଣସି କାରଣରୁ ଭାରସାମ୍ୟ ରକ୍ଷା କରି ନ ପାରି ଗାଡ଼ିଟି ନଦୀ ମଧ୍ୟକୁ ଖସିପଡ଼ିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଯାତ୍ରୀମାନେ ତିଳକ ଉତ୍ସବରୁ ଫେରୁଥିଲେ।
ନଦୀ ମଧ୍ୟରୁ ଉଦ୍ଧାରକାରୀମାନେ ୮ଜଣଙ୍କ ଶବ ଉଦ୍ଧାର କରିଛନ୍ତି। ଏବେ ମଧ୍ୟ ତଲାସ କାର୍ଯ୍ୟ ଚାଲୁ ରହିଛି।

Image Courtesy of ANI

ମୃତ ବ୍ୟକ୍ତିମାନେ ହେଉଛନ୍ତି ୭୫ ବର୍ଷିୟ ରମାକାନ୍ତ ସିଂହ, ୬୦ ବର୍ଷୀୟ ଗୀତା ଦେବୀ, ୫୦ ବର୍ଷୀୟ ଅରବିନ୍ଦ ସିଂହ, ୬୫ ବର୍ଷୀୟ ସରୋଜ ଦେବୀ, ୭୫ ବର୍ଷୀୟ ଅନୁରାଧା ଦେବୀ ଏବଂ ୮ ବର୍ଷିୟ ଆଶିଷ। ୧୨ ଓ ୧୪ ବର୍ଷିୟ ଅନ୍ୟ ଦୁଇଜଣ ପିଲାଙ୍କର ପରିଚୟ ମିଳିନାହିଁ।

ସମ୍ବନ୍ଧିତ ଖବର