ନୂଆଦିଲ୍ଳୀ: ଦିଲ୍ଲୀ-ଗୋଆ ଇଣ୍ଡିଗୋ ବିମାନର କ୍ୟାପଟେନଙ୍କୁ ଜଣେ ଯାତ୍ରୀ ମାରିଥିବା ଖବର ଆମେ ପୂର୍ବରୁ ଜାଣିଛନ୍ତି। ଏବେ ସେହି ଯାତ୍ରୀଙ୍କ ବିରୋଧରେ ଇଣ୍ଡିଗୋ ବିମାନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଚିନ୍ତା କରୁଛି। ସୂଚନା ରହିଛି ଯେ ଯାତ୍ରୀ ଜଣଙ୍କୁ ତାଙ୍କ ଆଚରଣ ପାଇଁ 'ନୋ-ଫ୍ଲାଏ' ତାଲିକାରେ ରଖାଯିବାର ସମ୍ଭାବନା ରହିଛି ବୋଲି ଏୟାରଲାଇନ୍ସ ସୂତ୍ରରୁ ପ୍ରକାଶ ପାଇଛି।
ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀ କ୍ୟାପ୍ଟେନ୍କୁ ନିସ୍ତୁକ ପିଟୁଥିବା ଦେଖିବାକୁ ମିଳିଛି। ଜଣିବାକୁ ମିଳିଛି ଯେ ବିମାନ ବିଳମ୍ବ ହେବ ବୋଲି ଘୋଷଣା କରୁଥିବା ହେତୁ ସେ ରାଗରେ ବିମାନର କ୍ୟାପଟେନଙ୍କୁ ପିଟିଛନ୍ତି।
ଭିଡିଓରେ କ୍ୟାପ୍ଟେନ୍ ବିମାନଟି ସାମାନ୍ୟ ବିଳମ୍ବରେ ଯାତ୍ରା କରିବ ବୋଲି ଘୋଷଣା କରୁଥିବା ଦେଖିବାକୁ ମିଳିଛି। ତା’ପରେ ହଳଦିଆ ରଂଗର ଗଞ୍ଜି ପିନ୍ଧିଥିବା ଜଣେ ଯାତ୍ରୀ ହଠାତ୍ କ୍ୟାପ୍ଟେନ୍ଙ୍କ ପାଖକୁ ଦୌଡ଼ିଯାଇ ମୁହଁକୁ ଚାପୁଡ଼ା ମାରିଥିଲେ। ସେତିକିବେଳେ କ୍ୟାପ୍ଟେନ୍ଙ୍କ ପାଖରେ ଠିଆ ହୋଇଥିବା ଜଣେ ବିମାନ କର୍ମଚାରୀ ତୁରନ୍ତ ତାଙ୍କୁ ଅଟାକାଇଥିଲେ। ସେ ସେହି ପରିସ୍ଥିତିର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଯାତ୍ରୀ ଜଣଙ୍କୁ ପରେ ଅନ୍ୟ ଯାତ୍ରୀମାନେ ମିଶି ଭିଡ଼ି ଭିଡ଼ି ବାହାରକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି। ଅନ୍ୟ କିଛି ବିମାନ କର୍ମଚାରୀ ଯାତ୍ରୀଙ୍କୁ ବୁଝାଇବାକୁ ଯାଇ ‘ସାର୍ ଆପଣ ଏପରି କରିପାରିବେ ନାହିଁ’। ବୋଲି କହୁଥିବାର ଶୁଣିବାକୁ ମିଳିଛି।