ନୂଆଦିଲ୍ଲୀ : ଦେଶରେ ସମ୍ପ୍ରତି କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଭାରତରୁ ଉଡ଼ାଣ କରୁଥିବା ବିମାନଯାତ୍ରୀମାନଙ୍କ ଉପରେ ସଦ୍ୟ ଆନ୍ତର୍ଜାତିକ ଯାତ୍ରା କଟକଣା ଲାଗୁ ହେବା ଘଟଣା ବାସ୍ତବ ରୂପ ନେଇଛି। ଭାରତରୁ ଆସୁଥିବା ଯାତ୍ରୀମାନଙ୍କୁ ପ୍ରବେଶ ଅନୁମତି ନଦେବାକୁ ଗୁରୁବାର ନ୍ୟୁଜିଲାଣ୍ଡ ଘୋଷଣା କରିଛି। ଏପରିକି ନିଜ ଦେଶବାସୀ ମଧ୍ୟ ଭାରତରୁ ଆସୁଥିଲେ ନ୍ୟୁଜିଲାଣ୍ଡ ଅନୁରୂପ କଟକଣା ଲଗାଇବାକୁ ସ୍ପଷ୍ଟ କରିଛି।
ଏହି କଟକଣା ଆସନ୍ତା ୧୧ ତାରିଖରୁ ଏପ୍ରିଲ ୨୮ ଯାଏ ରହିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେର୍ଣ୍ଣ କହିଛନ୍ତି। ଗତ ୪୦ ଦିନ ହେଲା ନ୍ୟୁଜିଲାଣ୍ଡ୍ ଏହାର ସୀମାନ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ କରୋନାମୁକ୍ତ କରିଥିବା ବେଳେ ସେଠାରେ ସଦ୍ୟ ଦେଖାଦେଇଥିବା ୨୩ଟି ନୂତନ ସଂକ୍ରମଣ ମଧ୍ୟରୁ ୧୭ଟି ଭାରତରୁ ଆସିଥିବା ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଛି। ସମ୍ପ୍ରତି ଭାରତରୁ ଅଧିକାଂଶ ଦେଶକୁ କେବଳ ରିପାଟ୍ରିଏଟ୍ ଫ୍ଲାଇଟ୍ସ(ବିଦେଶରେ ଅଟକି ରହିଥିବା ନିଜ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଉଦ୍ଦିଷ୍ଟ) ବା ଏୟାର ବବଲ୍ ଆରେଞ୍ଜମେଣ୍ଟ୍ସ(ଦୁଇ ଦେଶ ମଧ୍ୟରେ ବ୍ୟାବସାୟିକ ବିମାନ ଯାତ୍ରା ଚାଲୁ କରିବା ପାଇଁ ସାମୟିକ ବ୍ୟବସ୍ଥା) ଭିତ୍ତିରେ ବିମାନ ଚଳାଚଳ କରୁଛି। ବର୍ତ୍ତମାନ ଭାରତରେ ଯେଭଳି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଉପରୋକ୍ତ ଦେଶଗୁଡ଼ିକ ମଧ୍ୟ ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ନ୍ୟୁଜିଲାଣ୍ଡ ଅନୁରୂପ କଟକଣା ଲଗାଇବାର ଆଶଙ୍କା ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/delhi-airport.jpg)