ନୂଆଦିଲ୍ଲୀ: ଯଦି ଏକ ବିମାନ ନିଜ ଗନ୍ତବ୍ୟ ସ୍ଥଳରେ ଅବତରଣ କରେ ନାହିଁ, ତେବେ ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ଏହା ସବୁଠାରୁ ଅଧିକ ସମସ୍ୟା ଦେଖା ଦେଇଥାଏ। ତେବେ ନିକଟରେ କିଛି ଯାତ୍ରୀଙ୍କ ଜିଦ ପାଇଁ ପାଇଲଟ ବିମାନକୁ ଅବତରଣ କରିବାକୁ ମନା କରି ଦେଇଥିଲେ।
ବାଲିରୁ ସିଙ୍ଗାପୁର ପର୍ଯ୍ୟନ୍ତ ସ୍କୁଟ ବିମାନ ଟିଆର୨୮୫ ନିଜର ଗନ୍ତବ୍ୟ ସ୍ଥଳର ପାଖାପାଖି ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ଅବତରଣ ପାଇଁ ପ୍ରସ୍ତୁତ ରହିବାକୁ କହିବା ସହିତ ସିଟ୍ ବେଲ୍ଟକୁ ବାନ୍ଧି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମୟରେ ବିମାନରେ ଏମିତି କିଛି ଲୋକ ଥିଲେ ଯେଉଁମାନେ ସିଟ ବେଲ୍ଟକୁ ବାନ୍ଧିବାକୁ ରାଜି ହୋଇ ନଥିଲେ। ଯାତ୍ରୀଙ୍କ ଏଭଳି ଜିଦ ଦେଖି ବିମାନ ଅବତରଣ କରିବେ ନାହିଁ ବୋଲି ପାଇଲଟ ମନା କରି ଦେଇଥିଲେ। ଯାହାଫଳରେ ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କୁ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
କାରଣ ଅବତରଣରେ ବିଳମ୍ବ ହେବାରୁ ଚାଙ୍ଗି ବିମାନବନ୍ଦର ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା। ପୁଣିଥରେ ଅବତରଣ ପାଇଁ ବିମାନକୁ ଆଉ ଘେରାଏ ବୁଲିବାକୁ ପଡ଼ିଥିଲା। ଏହି ସମୟରେ ବି ଯଦି ଯାତ୍ରୀ ସିଟ ବେଲ୍ଟ ନବାନ୍ଧନ୍ତି ତେବେ ପାଇଲଟ ଚାଙ୍ଗି ବିମାନବନ୍ଦରର ସହାୟକ ପୁଲିସକୁ ଖବର ଦେବେ ବୋଲି ସୂଚିତ କରି ଦେଇଥିଲେ।
ଶେଷରେ ବିମାନ ଯେତେବେଳେ ଅବତରଣ କରିଥିଲା, ଯାତ୍ରୀଙ୍କ ପାଇଁ ଆଉ ଏକ ଘୋଷଣା ଥିଲା। ଦୟାକରି ଧ୍ୟାନ ଦିଅନ୍ତୁ ବିମାନରୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ସମସ୍ତ ଯାତ୍ରୀ କେଉଁଆଡେ ବି ଯାଇ ପାରିବେନି .ଯେପର୍ଯ୍ୟନ୍ତ ଅଧିକାରୀଙ୍କ ଯାଞ୍ଚ ସରି ନାହିଁ।। କାରଣ ମଝି ଆକାଶରେ କିଛି ଯାତ୍ରୀ କରିଥିବା ହଇରାଣ ପାଇଁ ଅଧିକାରୀମାନେ ବିମାନ ଭିତରକୁ ଯାଞ୍ଚ କରିବାକୁ ଆସିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/60512d1d-aa91-467c-89a9-334c43f37276.jpg)