ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ୪୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜେଲେନସ୍କିଙ୍କ ଜନ୍ମଦିନ ଅବସରରେ ପତ୍ନୀ ତଥା ଦେଶର ପ୍ରଥମ ମହିଳା ଓଲେନା ଜେଲେନସ୍କା ତାଙ୍କୁ ଅତ୍ୟନ୍ତ ଆବେଗଭରା ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଜେଲେନସ୍କିଙ୍କ ସହ ଏକ ଫଟୋ ପୋଷ୍ଟ କରିବା ସହ ଜେଲେନସ୍କା ଏକ ଆବେଗଭରା କ୍ୟାପସନ୍ ଲେଖିଛନ୍ତି। ଜେଲେନସ୍କା କହିଛନ୍ତି, ‘ ଏବର୍ଷ ତୁମେ କିଭଳି ବଦଳି ଯାଇଛ, ସେନେଇ ମତେ ଅନେକ ଥର ପ୍ରଶ୍ନ କରାଯାଇଛି। କିନ୍ତୁ ମୁଁ ସବୁବେଳେ ଉତ୍ତର ଦେଇଛି ଯେ ସେ ବଦଳିନାହାନ୍ତି। ସେ ସମାନ ଅଛନ୍ତି। ୧୭ ବର୍ଷ ବେଳେ ମୁଁ ଯାହାଙ୍କୁ ଭେଟିଥିଲି, ସେ ଆଜି ବି ଠିକ୍ ସେମିତି ଅଛନ୍ତି। କିନ୍ତୁ ବାସ୍ତବରେ କିଛି ପରିବର୍ତ୍ତନ ହୋଇଛି। ତୁମେ ଏବେ ଖୁବ୍ କମ୍ ହସୁଛ। ଉଦାହରଣ ସ୍ବରୂପ ଏହି ଫଟୋରେ ତୁମେ ଯେଭଳି ହସୁଛ ଏବେ ସେମିତି ଆଉ ହସୁନାହଁ। ଜେଲେନସ୍କିଙ୍କ ଜନ୍ମଦିନ ଅବସରରେ ଜେଲେନସ୍କା ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ଜେଲେନସ୍କା କହିଛନ୍ତି, ମୁଁ ତୁମପାଖେ ସବୁବେଳ ପାଇଁ ହସିବାକୁ ଚାହେ। ମତେ ଏହି ସୁଯୋଗ ଦିଅ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp