କର୍ତାରପୁର ଯିବା ପାଇଁ ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ ଦରକାର ନ ପଡ଼ିପାରେ ପାସ୍‌ପୋର୍ଟ

ଇସ୍‌ଲାମ୍‌ବାଦ: କର୍ତାରପୁରରେ ଥିବା ଗୁରୁଦ୍ବାର ଦରବାର ସାହିବକୁ ଯିବା ଲାଗି  ପାଇଁ ଆଉ ପାସ୍‌ପୋର୍ଟର ଆବଶ୍ୟକତା ପଡ଼ି ନପାରେ। କର୍ତାରପୁର ଯିବାକୁ ଇଚ୍ଛା ରଖିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ପାକିସ୍ତାନୀ ମନ୍ତ୍ରୀ ଏପରି ଏକ ଖୁସି ଖବର ଘୋଷଣା କରିଛନ୍ତି। ଏଣିକି ବିନା ପାସ୍‌ପୋର୍ଟରେ କର୍ତାରପୁର ଯାଇପାରିବେ ଭାରତୀୟ ତୀର୍ଥଯାତ୍ରୀ।

ପାକିସ୍ତାନ ସଂସଦରେ ଏକ ପ୍ରସ୍ତାବ ପାରିତ କରି ପାକିସ୍ତାନ ବିଦେଶ ମନ୍ତ୍ରୀ ଇଜାଜ୍‌ ଶାହା କହିଛନ୍ତି, ‘ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ ବିନା ପାସ୍‌ପୋର୍ଟରେ ପାକିସ୍ତାନ ଆସିବା ପାଇଁ ଅନୁମତି ପ୍ରଦାନ କରିବାକୁ ଇସ୍‌ଲାମ୍‌ବାଦ ଏକ ପ୍ରସ୍ତାବ ଆଗତ କରୁଛି। ଗୁରୁଦ୍ବାର ଦରବାର ସାହିବକୁ ଅଧିକରୁ ଅଧିକ ତୀର୍ଥଯାତ୍ରୀମାନଙ୍କୁ ଆସିବା ଲାଗି ପ୍ରୋତ୍ସାହିତ କରିବାକୁ ଇସ୍‌ଲାମ୍‌ବାଦ ଏପରି ନିଷ୍ପତ୍ତି ନେଇଛି।’ ଆପଣଙ୍କର ମନେ ଥିବ ନିଶ୍ଚୟ, ସୀମାରେ ଲାଗି ରହିଥିବା କଳହ ପାଇଁ ୨୦୧୯ ମସିହା ନଭେମ୍ବରରେ ଏହି ଐତିହାସିକ କରିଡର୍‌କୁ ଭାରତ ଓ ପାକିସ୍ତାନ ପୃଥକ ଭାବେ ଉଦ୍‌ଘାଟନ କରିଥିଲେ। 


Gulf News

କର୍ତାରପୁର ଯିବାକୁ ଇଚ୍ଛୁକ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ପାସ୍‌ପୋର୍ଟ ଛାଡ଼ କରିବା କଥା ପ୍ରଥମ ଥର ଉଠିନାହିଁ। ପୂର୍ବରୁ ମଧ୍ୟ ଗୁରୁ ନାନକଙ୍କ ୧୫୦ ତମ ଜୟନ୍ତୀ ସମୟରେ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ। ସେ ନଭେମ୍ବର ୧ ତାରିଖରେ କହିଥିଲେ ଯେ ଭାରତର ଶିଖ୍‌ ତୀର୍ଥ ଯାତ୍ରୀମାନଙ୍କ ପାଇଁ କର୍ତାରପୁର ଯାତ୍ରା କରିବାକୁ ପାସପୋର୍ଟର ଆବଶ୍ୟକତା ନାହିଁ। କେବଳ ଆବଶ୍ୟକୀୟ ଆଇଡି ପ୍ରମାଣପତ୍ର ସାଥୀରେ ଥିଲେ ବି ଯାତ୍ରା କରିପାରିବେ।

ସମ୍ବନ୍ଧିତ ଖବର