ଚଣ୍ଡିଗଡ଼: ଜଣେ ନୁହେଁ କିମ୍ବା ଦୁଇ ଜଣ ନୁହଁନ୍ତି, ପଞ୍ଜାବ ଓ ହରିଆନାର ପ୍ରାୟ ୪୦ ହଜାର ମହିଳା ପ୍ରବାସୀ ଭାରତୀୟଙ୍କୁ ବିବାହ କରି ଫସିି ଯାଇଛନ୍ତି। ବିବାହର ମାସେ ଦୁଇମାସ ମଧ୍ୟରେ ତାଙ୍କ ପ୍ରବାସୀ ସ୍ୱାମୀମାନେ ଏହି ମହିଳାମାନଙ୍କୁ ଠିକି ଦେଇ ସେମାନଙ୍କୁ ଏକୁଟିଆ ଛାଡ଼ି ପଳାଇ ଯାଇଛନ୍ତି। ବର୍ତ୍ତମାନ ସେମାନଙ୍କ ସ୍ୱାମୀମାନଙ୍କ ବିରୋଧରେ ଆଇନଗତ କାଯ୍ୟାନୁଷ୍ଠାନ ନେବା ପାଇଁ କୌଣସି ସମ୍ବଳ ନାହିଁ। ତେବେ ଏ କ୍ଷେତ୍ରରେ ଚଣ୍ଡିଗଡ଼ର ଆଞ୍ଚଳିକ ପାସପୋର୍ଟ କାର୍ଯାଳୟ ଏକ ପଦକ୍ଷେପ ନେଇଛି। ପତ୍ନୀମାନଙ୍କୁ ଠକି ବିଦେଶରେ ରହିଥିବାଏହି ପ୍ରବାସୀ ଭାରତୀୟମାନଙ୍କୁ ଭାରତ ଫେରି ଆସିବା ପାଇଁ ବାଧ୍ୟ ହେବା ସ୍ୱର ଏକ ପଦକ୍ଷେପରେ ଚଣ୍ଠିଗଡ଼ ଆଞ୍ଚଳିକ ପାସପାର୍ଟ କାର୍ଯ୍ୟାଳୟ ୬୦ ଜଣ ପ୍ରବାସୀ ସ୍ୱାମୀଙ୍କ ପାସପୋର୍ଟ ରଦ୍ଦ କରିଦେଇଛନ୍ତି। ପାସପୋର୍ଟ ରଦ୍ଦ ହେବା ଦ୍ୱାରା ସେମାନଙ୍କ ଭିସା ମଧ୍ୟ ରଦ୍ଦ ହୋଇଯିବ।
ଏଥିପାଇଁ ଚଣ୍ଡିଗଡ଼ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଯେଉଁ ପ୍ରବାସୀ ଭାରତୀୟ ସ୍ୱାମୀମାନଙ୍କ ନାମରେ ଥାନା ବା କୋର୍ଟର୍ରେ ପତ୍ନୀଙ୍କୁ ଏକୁଟିଆ ଛାଡ଼ି ଠକିଦେଇଥିବା ନେଇ ଅଭିଯୋଗ ହୋଇଥିବା ସେମାନଙ୍କ ପାସପୋର୍ଟ ରଦ୍ଦ କରିବା ପ୍ରକିୟା ଆରମ୍ଭ କରିଛି। ପାସପୋର୍ଟ ଆକ୍ଟ ୧୯୬୭ର ଧାରା ୧୦(୩) ଅନୁଯାୟୀ ଏହି ପଦକ୍ଷେପ ନିଆଯାଉଛି। ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସୁବାସ କବିରାଜ କହିଛନ୍ତି ଯେ ଯେଉଁମାନେ ସେମାନଙ୍କ ଆଇନସମ୍ମତ ପତ୍ନୀମାନଙ୍କୁ ଛାଡ଼ି ଆଉ ଦେଶକୁ ଫେରିବାକୁ ଚାହୁଁଁ ନାହାଁନ୍ତି ଓ ଯେଉଁମାନଙ୍କ ନାମରେ ସେମାନଙ୍କ ପତ୍ନୀମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ପାସପୋର୍ଟ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛିି। ଗତ ଦୁଇମାସରେ ପଞ୍ଜାବର ଏନଆରଆଇ କମିସନ ଏହିପରି ୨୫ଟିି ପାସପୋର୍ଟ ରଦ୍ଦ କରିବରକୁ ସୁପାରିସ କରିଛନ୍ତି।ଏ ସମ୍ପର୍କର୍ର ଏନଆରଆଇ କମିସନର ଅଧ୍ୟକ୍ଷ ଜଷ୍ଟିସ ରାକେଶ କୁମାର ଗର୍ଗ( ଅବସରପଆପ୍ତ) ଏହାକୁ ସମର୍ଥନ କରି କହିଛନ୍ତି ଏହା ଦ୍ୱାରା ବିବାହ କରି ପତ୍ନୀମାନଙ୍କୁ ଏକୁଟିଆ ଛାଡ଼ି ଦେଇ ଠକୁଥିବା ପ୍ରବାସୀ ସ୍ୱାମୀମାନଙ୍କ ପାଖକୁ ଏକ ବାର୍ତ୍ତା ଯିବ ଯେ ଆଇନ ର ହାତ ଯଥେଷ୍ଟ ଲମ୍ବା। ତେଣୁ ବିବାହ କରି ଠକି ଦେଇ ହେବ ନାହିଁ।
ପତ୍ନୀଙ୍କୁ ବିବାହ ପରେ ଠକି ବିଦେଶରେ ରହୁଥିବା ୬୦ ପ୍ରବାସୀ ଭାରତୀୟ ସ୍ୱାମୀଙ୍କ ପାସପୋର୍ଟ ରଦ୍ଦ
/sambad/media/post_attachments/wp-content/uploads/2018/09/Passport_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)