ନୂଆଦିଲ୍ଲୀ: ପତ୍ନୀଙ୍କୁ ପରିତ୍ୟାଗ କରି ନିରୁଦ୍ଦେଶ ହୋଇଥିବା ୮ ଜଣ ପ୍ରବାସୀ ଭାରତୀୟଙ୍କ ପାସ୍ପୋର୍ଟ ରଦ୍ଦ କରାଯାଇଥିବା କଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଦିନ କହିଛନ୍ତି।
ପତ୍ନୀଙ୍କୁ ଛାଡ଼ି ନିରୁଦ୍ଦେଶ ହୋଇ ଯାଉଥିବା ପ୍ରବାସୀ ଭାରତୀୟ ଅପରାଧୀଙ୍କ ମାମଲାର ତଦନ୍ତ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ବେଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ଗୃହ ବ୍ୟାପାର ମନ୍ତ୍ରାଳୟର ଏକ ଅନ୍ତର-ମନ୍ତ୍ରାଳୟୀ ଏଜେନ୍ସି ଏକ କମିଟି ଗଢ଼ିଛନ୍ତି।
ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଅଧିକାରୀଜଣକ କହିଛନ୍ତି: ଗତ ଦୁଇ ମାସ ମଧ୍ୟରେ କମିଟି ୭୦ଟି ଅଭିଯୋଗ ପାଇଛି। ଅଭିଯୋଗ ଅନୁସାରେ କାର୍ଯ୍ୟ କରି, ଆଠ ଜଣ ପ୍ରବାସୀ ଭାରତୀୟଙ୍କ ପାସ୍ପୋର୍ଟ ରଦ୍ଦ କରାଯାଇ ସେମାନଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି।
ଏଭଳି ବିବାହର ପଞ୍ଜିକରଣ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏକ ଅନ୍ଲାଇନ୍ ପୋର୍ଟାଲ୍ ଖୋଲିଥିଲେ ବି ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନାହିଁ।