ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (ଏଲଜେପି) ନେତା ଚିରାଗ ପାସଓ୍ବାନ ଓ ତାଙ୍କ ଦାଦା ପଶୁପତି କୁମାର ପାରସଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହେବାର ଆଶା ଉଜ୍ଜଳ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପଶୁପତି କୁମାର ପାରସ ଲୋକସଭା ନିର୍ବାଚନ ନ ଲଢିବାକୁ ରାଜି ହୋଇଛନ୍ତି । ସେ ଗତ କିଛି ଦିନ ହେବ ହାଜିପୁରରୁ ନିର୍ବାଚନ ଲଢ଼ିବା ପାଇଁ ଲଗାତାର କହି ଆସୁଥିଲେ। ସେହିପରି ତାଙ୍କ ପୁତୁରା ଚିରାଗ ପାସୱାନ ମଧ୍ୟ ସେହି ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। ଏଭଳି ସ୍ଥିତିରେ ମାମୁଁ ଓ ପୁତୁରାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ମିଳିଥିବା ସୂଚନା ଅନୁଯାୟୀ, ପଶୁପତି ପାରସ ନିର୍ବାଚନ ଲଢ଼ିବେ ନାହିଁ। ଫଳରେ ବିବାଦର ସମାଧାନ ହୋଇଛି ।
କୁହାଯାଉଛି ଯେ ଏନଡିଏ ନେତା ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ପଶୁପତି ପାରସ ନିର୍ବାଚନ ନଲଢିବା ପାଇଁ ଘୋଷଣା କରିଛନ୍ତି । ବାସ୍ତବରେ ପଶୁପତି କୁମାର ପାରସଙ୍କ ଦଳ ଆରଏଲଏସପି ଏନଡିଏରେ ରହିବ । ଅର୍ଥାତ୍ ଏବେ ଦାଦା ପଶୁପତି କୁମାର ପାରସ ଓ ପୁତୁରା ଚିରାଗ ପାସୱାନଙ୍କ ମଧ୍ୟରେ ବୁଝାମଣା ହୋଇଥିବା ଅନୁମାନ କରାଯାଉଛି। ପଶୁପତି ପାରସ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲୋକସଭା ନିର୍ବାଚନରେ ଏନଡିଏକୁ ସମର୍ଥନ କରିବା ବିଷୟରେ ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/WhatsApp-Image-2024-03-30-at-18.05.13.jpeg)