ମେଲବୋର୍ନ : ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୧୭୨ ରନରେ ବିଜୟୀ ହୋଇଛି। ଏହା ସହିତ ଅଷ୍ଟ୍ରେଲିଆ ଦୁଇ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି।। ମ୍ୟାଚରେ ବିଜୟ ହେବା ପରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ସେ କ‌େବେ ଦଳର ଅଧିନାୟକ ପଦ ଛାଡିବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏବେ ତାଙ୍କ ମନ୍ତବ୍ୟ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି।

Advertisment

ମ୍ୟାଚ୍ ଜିତିବା ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ କହିଛନ୍ତି ଯେ ନାଥାନ୍ ଲିଅନ୍ ବହୁତ ନିୟନ୍ତ୍ରଣରେ ବୋଲିଂ କରନ୍ତି ଯାହା ଆମ ଦଳ ପାଇଁ ବହୁତ ଭଲ ଅଟେ। ମୁଁ ଚାହୁଁଛି ନାଥନ୍ ଲିଅନ୍ ୨୦୨୭ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିବା ଜାରି ରଖନ୍ତୁ ଏବଂ ଦଳ ପାଇଁ ଚମତ୍କାର ପ୍ରଦର୍ଶନ ଜାରି ରଖନ୍ତୁ । ତାଙ୍କର ଫିଟନେସ୍ ମଧ୍ୟ ବହୁତ ଭଲ, ଯଦି ଭବିଷ୍ୟତରେ ତାଙ୍କ ଫିଟନେସ୍ ଏହିପରି ରହେ ତେବେ ସେ ୧୦ ବର୍ଷ ପାଇଁ ଅଷ୍ଟ୍ରେଲିଆ ପାଇଁ କ୍ରିକେଟ୍ ଖେଳିପାରିବେ। ମୁଁ ତାଙ୍କୁ ପୂର୍ବରୁ କହିସାରିଛି ଯେ ଯେଉଁ ଦିନ ସେ କ୍ରିକେଟରୁ ଅବସର ନେବେ, ମୁଁ ମଧ୍ୟ ଅଷ୍ଟ୍ରେଲିଆର ଅଧିନାୟକତ୍ୱ ଛାଡିବି।

ପ୍ୟାଟ୍ କମିନ୍ସଙ୍କ ଏଭଳି ସୂଚନା ନେଇ ସୋସିଆଲ ମିଡ଼ିଆରେ ୟୁଜରମାନେ ବିଭିନ୍ନ ମନ୍ତବ୍ୟ ଦେବା ସହ ସେ ଅଧିକ ସମୟ ଧରି କ୍ରି‌କେଟ ଖେଳିବା ଜାରି ରଖନ୍ତୁ ବୋଲି କହିଛନ୍ତି।