ଗୋଟିଏ ସପ୍ତାହରେ ‘ବ୍ଲାକ ଫଙ୍ଗସ୍’ ର ଆର୍ୟୁବେଦିକ ଔଷଧ ବଜାରକୁ ଆଣିବ ପତଞ୍ଜଳି!

ନୂଆଦିଲ୍ଲୀ: ଏଲୋପାଥି ବନାମ ଆର୍ୟୁବେଦିକକୁ ନେଇ ବିବାଦୀୟ ବୟାନ ଭିତରେ ବାବା ରାମଦେବ ଓ ତାଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି କି ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ‘ବ୍ଲାକ ଫଙ୍ଗସ୍’ ରୋଗ ପାଇଁ ଆର୍ୟୁବେଦିକ ଔଷଧ ଲଂଚ କରିବାକୁ ଯାଉଛନ୍ତି । ଦୁଇଜଣ ଯାକ ଏହା ବି ଦାବି କରିଛନ୍ତି କି, ପତଞ୍ଜଳୀ ଆର୍ୟୁବେଦ ଲିମିଟେଡ ଓ ପତଞ୍ଜଳୀ ଯୋଗପୀଠ ଏହି ଔଷଧ ପ୍ରସ୍ତୁତ ନେଇ ଜରୁରୀ ଔପଚାରିକତା ପୂରା କରିଛି   । ଏହାସହ ହ୍ୱାଇଟ୍ ଓ ୟୋଲୋ ଫଙ୍ଗସ୍ ପାଇଁ ପ୍ରସ୍ତୁତ ହେଉଥିବା ଔଷଧ ଶେଷ ପର୍ଯ୍ୟାୟରେ ପହଂଚିଛି । ରାମଦେବ କହିଛନ୍ତି କି, ବିବାଦ ଭିତରେ ବି ସେ ଲୋକଙ୍କ ସେବାରୁ ମୁହଁ ଫେରାଇ ନାହାନ୍ତି ।

କହିରଖୁ କି, କରୋନା ମହାମାରୀ ଭିତରେ ବ୍ଲାକ ଫଙ୍ଗସ୍ ସହିତ ଅନ୍ୟ ପ୍ରକାର ଫଙ୍ଗାଲ ଇନଫେକ୍ସନ ବି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏସବୁ ଫଙ୍ଗାଲ ଇନଫେକ୍ସନରୁ ଲୋକମାନଙ୍କୁ ରକ୍ଷା କରିବାକୁ ପତଞ୍ଜଳୀ ଯୋଗପୀଠ ଓ ପତଞ୍ଜଳୀ ରିସର୍ଚ୍ଚ ସେଣ୍ଟର କାମ କାମ କରୁଛି । ରାମଦେବଙ୍କର ଘନିଷ୍ଠ କୁହାଯାଉଥିବା ବାଳକୃଷ୍ଣଙ୍କ ନିଦର୍ଶନରେ ରିସର୍ଚ୍ଚ କେନ୍ଦ୍ରର ମୁଖ୍ୟ ଡା. ଅନୁରାଗ ବାଷ୍ଣିଓଙ୍କ ସହ ଏକ ଟିମ୍ ପ୍ରସ୍ତୁତ କରାଯାଇଛି ।

ବ୍ଲାକ ଫଙ୍ଗସର ଔଷଧ ପ୍ରସ୍ତୁତ କରିଥିବା ଟିମ୍ କୁ ଧନ୍ୟବାଦ ଦେଇ ବାବା ରାମଦେବ କହିଥିଲେ କି , ଏହି ଟିମ୍ ମାତ୍ର ୫/୬ ସପ୍ତାହ ମଧ୍ୟରେ ଏହି ଔଷଧ ପ୍ରସ୍ତୁତ କରିଛନ୍ତି । ସେହିପରି ବାଳକୃଷ୍ଣ କହିଛନ୍ତି କି, ଔଷଧ ସମ୍ବନ୍ଧିତ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କେବଳ ସରକାରୀ ଅନୁମତି ଅପେକ୍ଷାରେ ରହିଛି । ଏହା ବି ୭ ରୁ ୧୦ ଦିନ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, କରୋନାର ପ୍ରଥମ ଲହର ବେଳେ ପତଞ୍ଜଳୀ ତରଫରୁ କରୋନା ନିରୋଧୀ କରୋନିଲ ଔଷଧ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଇଥିଲା । ହେଲେ ଏହାକୁ ନେଇ ବିବାଦ ଦେଖାଦେବା ପରେ ଏହାକୁ ସପୋର୍ଟିଂ ମେଡିସିନ ବା ଇମ୍ୟୁନିଟି ବୁଷ୍ଟର ବୋଲି କୁହାଯାଇଥିଲା ।

ସମ୍ବନ୍ଧିତ ଖବର