ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦର ଦୁଗ୍ଧଜାତ ସାମଗ୍ରୀ ବ୍ୟବସାୟର ମୁଖ୍ୟ ସୁନୀଲ ବଂଶଲ୍ କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କଥା ସୋମବାର ଦିନ କମ୍ପାନି କହିଛି। ଏଥିସହ କମ୍ପାନି ମଧ୍ୟ କହିଛି ଯେ, ବଂଶଲ୍ଙ୍କ ‘ଏଲୋପାଥି’ ଚିକିତ୍ସାରେ କମ୍ପାନିର କୌଣସି ଭୂମିକା ନ ଥିଲା।
ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ର ଦୁଗ୍ଧଜାତ ବିଭାଗର ଉପାଧ୍ୟକ୍ଷ ଥିବା ୫୭ ବର୍ଷିୟ ବଂଶଲ୍ ମେ ୧୯ ତାରିଖ ଦିନ ପରଲୋକ ଗମନ କରିଥିଲେ।
Image Courtesy of India Todayଦୁଗ୍ଧଜାତ ଉତ୍ପାଦ ବିଜ୍ଞାନର ବିଶେଷଜ୍ଞ ଶ୍ରୀଯୁକ୍ତ ବଂଶଲ୍ ୨୦୧୮ ଜାନୁଆରିରେ ‘ପତଞ୍ଜଳି’ ଦୁଗ୍ଧଜାତ ସାମଗ୍ରୀ ବ୍ୟବସାୟରେ ଯୋଗ ଦେଇଥିଲେ। ଦହି, ଘୋଳଦହି ଓ ଛେନା ସମେତ ଦୁଗ୍ଧଭିତ୍ତିକ ଅନ୍ୟାନ୍ୟ ସାମଗ୍ରୀ ଏବଂ ଗୋଦୁଗ୍ଧ ପ୍ୟାକେଟ୍ ବିକ୍ରୟ କରିବା ଲାଗି ସେତେବେଳେ କମ୍ପାନି ଘୋଷଣା କରିଥିଲା।
Image Courtesy of MoneyControlହରିଦ୍ବାରରେ ଥିବା ଉକ୍ତ କମ୍ପାନି ଏକ ବିବୃତିରେ କହିଛି, କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇ ମେ ୧୯ ତାରିଖ ଦିନ ଜୟପୁରର ରାଜସ୍ଥାନ ହସ୍ପିଟାଲ୍ରେ ମୃତ୍ୟୁବରଣ କରିଛନ୍ତି। ଉକ୍ତ ଡାକ୍ତରଖାନାରେ ତାଙ୍କର ପତ୍ନୀ ରାଜସ୍ଥାନ ସରକାରଙ୍କର ଜଣେ ଅତି ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଅଛନ୍ତି।
କମ୍ପାନି କହିଛି ଯେ, ତାଙ୍କ ପତ୍ନୀଙ୍କଦ୍ବାରା କରାଯାଇଥିବା ଏଲୋପାଥି ଚିକିତ୍ସାରେ ପତଞ୍ଜଳିର କୌଣସି ଭୂମିକା ନ ଥିଲା। କିନ୍ତୁ, ଆମେ ଚିନ୍ତାକୁଳ ହୋଇ ତାଙ୍କର ଭଲମନ୍ଦ କଥା ତାଙ୍କ ପତ୍ନୀଙ୍କୁ ପଚାରି ବୁଝୁଥିଲୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Patanjali-Employee-Died-on-Covid_Thumbnail.jpg)