ନୂଆଦିଲ୍ଲୀ: ମହାମାରୀ କୋଭିଡ୍ର ଉପଶମ ପାଇଁ କରୋନିଲ୍ ନାମକ ବଟିକାର ବଜାର ପ୍ରବେଶ କରାଇ ଭିଭିନ୍ନ କ୍ଷେତ୍ରରୁ ସମାଲୋଚନାର ଶିକାର ହୋଇଥିବା ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ସଂଗଠନ ଏବେ ୟୁ ଟର୍ଣ୍ଣ ନେଇ ବିବାଦରୁ ମୁକୁଳିଯିବାକୁ ଚେଷ୍ଟା କରିଛନ୍ତି। ଏହି ବଟିକା କରୋନାଭୂତାଣୁ ପାଇଁ କାମ କରିପାରେ, ମାତ୍ର ତାହା ନିଶ୍ଚିତ ଭାବେ କୋଭିଡ୍ ରୋଗକୁ ସମ୍ପୂର୍ଣ୍ଣ ଭଲ କରିବ ବୋଲି କେବେ ଦାବି କରାଯାଇନାହିଁ ବୋଲି ସଂଗଠନର ସିଇଓ ଆଚାର୍ଯ୍ୟ ବାଲକୃଷ୍ଣ ମଙ୍ଗଳବାର ସଫେଇ ଦେଇଛନ୍ତି। ଅପରପକ୍ଷେ, କରୋନାଭୂତାଣୁ ସଂକ୍ରମଣ ରୋକିବା ପାଇଁ କରୋନିଲ୍ ଏକ ନିର୍ଭରଯୋଗ୍ୟ ବଟିକା ବୋଲି ଦାବି କରି ପତଞ୍ଜଳି ପକ୍ଷରୁ ଲୋକଙ୍କୁ ବିପଥଗାମୀ କରାଯାଉଛି ବୋଲି ଅଭିଯୋଗ ଆଣି ଜୟପୁରରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ସହିତ ଅନ୍ୟ ଚାରିଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ପରେ ପତଞ୍ଜଳିର ଏପରି ୟୁ-ଟର୍ଣ୍ଣ ଚର୍ଚ୍ଚାର ବିଷୟ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp