ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ପାଣ୍ଠିରୁ ମସଜିଦ ନିର୍ମାଣ ମାମଲାରେ ଗିରଫ ୪ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲା ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ସୂଚନା ଅନୁସାରେ, ତିନି ବର୍ଷ ପୂର୍ବେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦାବି କରିଥିଲା ଯେ, ଆତଙ୍କବାଦୀ ପାଣ୍ଠିରୁ ପଲବଲରେ ଏକ ମସଜିଦ ନିର୍ମାଣ କରାଯାଉଛି ଏବଂ ଏହାର ଅର୍ଥ ସିଧାସଳଖ ପାକିସ୍ତାନରୁ ଆସୁଛି। ମସଜିଦ ନିର୍ମାଣ ବାହାନାରେ ଆତଙ୍କବାଦୀମାନେ ଭାରତରେ ସେମାନଙ୍କର ସ୍ଲିପର ସେଲଗୁଡ଼ିକୁ ସକ୍ରିୟ କରି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏନଆଇଏର ଦାବି ପରେ ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଏବେ ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି କହି କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସୂଚନା ମୁତାବକ, ଏହି ମାମଲାରେ ଏନଆଇଏ ମହମ୍ମଦ ସଲମାନ, ମହମ୍ମଦ ସଲିମ, ଆରିଫ ଗୁଲାମ ବଶିର ଏବଂ ମହମ୍ମଦ ହୁସେନ୍ ମୋଲାନିଙ୍କୁ ଗିରଫ କରିଥିଲା। ଏହା ସହ ଅଦାଲତରେ ଦାବି କରିଥିଲା ଯେ, ମହମ୍ମଦ ସଲମାନଙ୍କ ମୋବାଇଲରୁ କିଛି ବାର୍ତ୍ତା ଗ୍ରହଣ କରାଯାଇଛି, ଯେଉଁଥିରେ 'ଘି' ଏବଂ 'ଖିଦମତ୍' ଭଳି ଶବ୍ଦ ଅଛି। 'ଘି'ର ଅର୍ଥ ହେଉଛି ବିସ୍ଫୋରକ ଏବଂ 'ଖିଦମତ୍'ର ଅର୍ଥ ଆତଙ୍କବାଦୀ ତାଲିମ ବୋଲି ଅଦାଲତକୁ କହିଥିଲା ଏନଆଇଏ।
@NIA_India @ndtvindia
खुशी के पल !टेरर फंडिंग केस में 3 साल तक जेल में रहने के बाद जब राजस्थान के नागौर के मोहम्मद हुसैन मोलानी अपने घर पहुँचे तो पूरा परिवार खुशी से झूम उठा,पटियाला हाउस कोर्ट ने इस केस में सभी 4 आरोपियों को आरोपमुक्त कर दिया है pic.twitter.com/3pfPYkPZTK
— Mukesh singh sengar मुकेश सिंह सेंगर (@mukeshmukeshs) October 23, 2021
ଏହାର ଜବାବରେ କୋର୍ଟ କହିଥିଲେ ଯେ, ଏହି ଶବ୍ଦର ଅର୍ଥ ଅନ୍ୟ କିଛି ମଧ୍ୟ ହୋଇପାରିବ। ତେଣୁ ଏହି ଶବ୍ଦର ଏନଆଇଏ ଦେଇଥିବା ଅର୍ଥ ଗ୍ରହଣ କରାଯାଇପାରିବ ନାହିଁ। ଏହି ଶବ୍ଦ ଆଧାରରେ ଅଭିଯୁକ୍ତଙ୍କର ଆତଙ୍କବାଦୀଙ୍କ ସହ ଲିଙ୍କ ରହିଛି ବୋଲି ଧରାଯାଇପାରିବ ନାହିଁ ବୋଲି କହି କୋର୍ଟ ୪ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ୪ଜଣଙ୍କୁ ଦୋଷମୁକ୍ତ କରାଯିବା ପରେ ସେମାନଙ୍କ ପରିବାରରେ ଏବେ ଖୁସୀର ଲହରୀ ଖେଳିଯାଇଛି।