ବିଜେପିରେ ଯୋଗ ଦେଲେ ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌

ଗାନ୍ଧୀନଗର: ନିକଟ ଅତୀତରେ କଂଗ୍ରେସ ପରିତ୍ୟାଗ କରି ଆସିଥିବା ପଟିଦାର ନେତା ଦାର୍ଦ୍ଦିକ ପଟେଲ୍‌ ଆଜି ଗୁଜରାଟର ଗାନ୍ଧୀନଗରରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଏହି ଅବସରରେ ହାର୍ଦ୍ଦିକ ପଟେଲ୍‌ଙ୍କୁ ସ୍ବାଗତ କରି ଗାନ୍ଧୀନଗରରେ ଥିବା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ପୋଷ୍ଟର୍‌ ଲଗାଯାଇଥିଲା। ପରେ ଗୈରିକ ଟୋପି ଓ ଉତ୍ତରୀୟ ପ୍ରଦାନ କରାଯାଇ ୨୮ ବର୍ଷିୟ ହାର୍ଦ୍ଦିକଙ୍କୁ ଦଳକୁ ସ୍ବାଗତ କରାଯାଇଥିଲା।

ଆଜି ସକାଳେ ଟୁଇଟ୍‌ କରି ହାର୍ଦ୍ଦିକ କହିଥିଲେ ଯେ, ଦେଶ, ରାଜ୍ୟ, ସର୍ବସାଧାରଣ ଏବଂ ସାମାଜିକ ହିତ ଦୃଷ୍ଟିରୁ ସେ ତାଙ୍କ ଜୀବନର ନୂତନ ପର୍ଯ୍ୟାୟ ଆରମ୍ଭ କରିବେ। ଟୁଇଟ୍‌ ପ‌ୋଷ୍ଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରି ସେ ଲେଖିଥିଲେ, ନରେନ୍ଦ୍ର ଭାଇ ମୋଦୀଙ୍କ ସଫଳ ନେତୃତ୍ବରେ ଦେଶର ମହତ୍‌ ସେବାରେ ମୁଁ ଜଣେ ସାମାନ୍ୟ ସୈନିକ ଭାବେ କାର୍ଯ୍ୟ କରିବି।

Image Courtesy of NDTV

ଏହା ପରେ ସେ ଅମଦାବାଦସ୍ଥିତ ନିଜ ବାସଭବନରେ ପୂଜା କରିବା ସହ ଗଣମାଧ୍ୟମକୁ କହିଥିଲେ ଯେ, ସେ ଆଜି ବିଜେପିରେ ଯୋଗ ଦେବେ।

କିଛି ମାସ ଧରି ହାର୍ଦ୍ଦିକ ପଟେଲ୍‌ କଂଗ୍ରେସ ଉପରେ ଅସନ୍ତୋଷ ବ୍ୟକ୍ତ କରିଆସୁଥିଲେ। ଗୁଜରାଟର ବାସ୍ତବ ସମସ୍ୟା ଉପରେ କଂଗ୍ରେସ ନେତୃତ୍ବର ଆଗ୍ରହ ନାହିଁ ଅଭିଯୋଗ କରି ଶେଷରେ ମେ ୧୮ ତାରିଖ ଦିନ ହାର୍ଦ୍ଦିକ ପଟେଲ୍‌ ଦଳରୁ ଇସ୍ତଫା ଦେଇଥିଲେ। ଗୁଜରାଟର କଂଗ୍ରେସ ନେତାମାନଙ୍କର ମଧ୍ୟ ଏ ଦିଗରେ ଆଦୌ ଆଗ୍ରହ ନାହିଁ। ଦିଲ୍ଲୀରୁ ଆସୁଥିବା ନେତାମାନଙ୍କୁ ଠିକ୍‌ ଭାବେ ‘ଚିକେନ୍‌ ସ୍ୟାଣ୍ଡ୍‌ୱିଚ୍‌’ ପରିବେଷଣ କରାଯିବା ଉପରେ ସେମାନେ ଧ୍ୟାନ ଦେଉଛନ୍ତି।

ସମ୍ବନ୍ଧିତ ଖବର