ନୂଆଦିଲ୍ଲୀ: ଲକ୍ଷ୍ମୌର କେଜିଏମୟୁର ଲାରି କାର୍ଡିଓଲୋଜି ବିଭାଗରୁ ଏକ ଦୁଃଖଦ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅକ୍ସିଜେନ ମାସ୍କ ପିନ୍ଧିଥିବା ରୋଗୀ ଚିକିତ୍ସା ପାଇଁ ଡାକ୍ତରଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳୁଛି।
ଦୁବଗାର ଛନ୍ଦୋଇୟା ନିବାସୀ ସୈଫଙ୍କ ଅନୁଯାୟୀ,‘ ମୋ ବାପା ଅବର ଅହମ୍ମଦ (୫୫)ଙ୍କ ହୃଦ ସମସ୍ୟା ଥିବାରୁ ସେ ୨୦୧୮ରୁ ଲାରୀ ହସ୍ପିଟାଲରେ କ୍ରମାଗତ ଭାବେ ଚିକିତ୍ସିତ ହୋଇ ଆସୁଛନ୍ତି।
ଗତ ରବିବାର ରାତି ପ୍ରାୟ ୧୨.୩୦ରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ସେ ନିଜେ ମୋଟରସାଇକେଲରେ ସାନଭାଇକୁ ଧରି ଲୋରୀର କାର୍ଡିଓଲୋଜି ବିଭାଗରେ ପହଞ୍ଚିଥିଲେ।
ସେଠାରେ ଡାକ୍ତର ନୀରଜ କୁମାରଙ୍କ ପରାମର୍ଶ କ୍ରମେ ବାପାଙ୍କ ଛାତିର ଯନ୍ତ୍ରଣା କମାଇବା ପାଇଁ ତିନିରୁ ଚାରିଟି ଇନଜେକସନ ଦିଆଯାଇଥିଲା। ଇନଜେକସନ ଦେବାର କିଛି ସମୟ ପରେ ବାପାଙ୍କ ନାକ ଓ ପାଟିରୁ ରକ୍ତ ବାହାରିବା ଆରମ୍ଭ କରିଥିଲା।
ଏହା ପରେ ବାପା ଡାକ୍ତରଙ୍କ ନିକଟରେ ହାତ ଯୋଡ଼ି ଜୀବନ ବଞ୍ଚାଇ ଦେବାକୁ ନିବେଦନ କରିଥିଲେ। ଭାଇ ଡାକ୍ତରଙ୍କୁ ବାପାଙ୍କୁ ଦେଖିବା ପାଇଁ ବି ଅନୁରୋଧ କରିଥିଲା। କିନ୍ତୁ ଡାକ୍ତର ଆସି ନଥିଲେ। ଅନେକ ଅନୁରୋଧ ପରେ ଡାକ୍ତର ବାପାଙ୍କ ପାଖକୁ ଯାଇଥିଲେ। ଆଉ କହିଥିଲେ ତାଙ୍କ ନିଶ୍ବାସ ଥିମି ଯାଇଛି। ସେ ଆଉ ନାହାନ୍ତି ତାଙ୍କର ମୃତ୍ୟୁ ହୋଇଯାଇଛି।
କେଜିଏମୟୁର ପରିଚାଳକ ଡାକ୍ତର ସୁଧୀର ସିଂହ ଏହି ଘଟଣାକୁ ନେଇ କହିଛନ୍ତି, ‘ ୨୦୧୮ରୁ ରୋଗୀଙ୍କ ହୃଦ ସମ୍ବନ୍ଧୀୟ ସମସ୍ୟା ଥିଲା। ତେଣୁ ତାଙ୍କର ସମୟସମୟରେ ଚିକିତ୍ସା ଚାଲିଥିଲା। ନିକଟରେ ପରିବାରଲୋକ ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲ ଆଣିଥିଲେ। ତାଙ୍କର ଅବସ୍ଥା ଦେଖି ସଙ୍ଗେସଙ୍ଗେ ରୋଗୀଙ୍କୁ ଅକ୍ସିଜେନ ଓ ଜରୁରୀ ଔଷଡ଼ ଓ ଇନଜେକସନ ଦିଆଯାଇଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଆବଶ୍ୟକ ପଡ଼ିଥିଲା। ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟ ନଥିବା ହେତୁ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଥିପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ବି କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ତାଙ୍କର ମୃତ୍ୟୁ ହୋଇଯାଇତିଲା।