ଭାରତରେ ସୁସ୍ଥ ହେଲେ ୧୦ କରୋନାଭାଇରସ୍‌ ଆକ୍ରାନ୍ତ

ନୂଆଦିଲ୍ଲୀ: ଶନିବାର ସକାଳ ସୁଦ୍ଧା ଭାରତରେ କରୋନାଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୮୧ରେ ପହଞ୍ଚିଥିବା ଜଣାପଡ଼ିଛି। ଭାରତର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ଆକ୍ରାନ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଆଜି ୭ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଏହି ସାତଜଣଙ୍କୁ ମିଶାଇ ଭାରତରେ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି।

ନିକଟରେ କରୋନାଭାଇରସ୍‌ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଉତ୍ତର ପ୍ରଦେଶର ୫ଜଣ, ରାଜସ୍ଥାନ ଓ ଦିଲ୍ଲୀରୁ ଜଣେ ଲେଖାଏଁ । ପୂର୍ବରୁ କେରଳର ତିନିଜଣ କରୋନାଭାଇରସ୍‌ ଆକ୍ରାନ୍ତ ବ୍ୟକ୍ତି ଆରୋଗ୍ୟ ହୋଇଥିଲେ। ଏବେ ସୁଦ୍ଧା ସେମାନଙ୍କ ନମୁନାରେ କରୋନାଭାଇରସ୍‌ ଥିବାର ସୂଚନା ଦେଖାଦେଇ ନାହିଁ।

କିଛି ଦିନ ଚିକିତ୍ସାଧୀନ ରହିବା ପରେ ଏମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା। ସେଥିରେ କରୋନାଭାଇରସ୍‌ ସଂକ୍ରମଣ ନ ଥିବା ଜଣାପଡ଼ିଥିଲା। ତେଣୁ ସେମାନେ ରୋଗମୁକ୍ତ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ଘୋଷଣା କରିଥିଲେ।

ଜାନୁଆରି ୧୭ ତାରିଖରୁ ଭାରତ ୬୫୦୦ ଜଣଙ୍କର ନମୁନା ପରୀକ୍ଷା କରିସାରିଲାଣି। ସେଥିରୁ ମାତ୍ର ୮୩ଟି ନମୁନାରେ କରୋନାଭାଇରସ୍‌ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର