ବିହାରର ଏହି ସହରରେ ମାଛ ବିକ୍ରି କଲେ ୭ ବର୍ଷ ଜେଲଦଣ୍ଡ ଭୋଗିବା ସହ ଦେବାକୁ ହେବ ୧୦ ଲକ୍ଷ ଟଙ୍କା ଜରିମାନା!

ବିହାର : ମାଛ ବ୍ରିକି କଲେ ୭ ବର୍ଷ ଜେଲଦଣ୍ଡ ସହ ଦେବାକୁ ପଡ଼ିବ ୧୦ ଲକ୍ଷ ଟଙ୍କାର ଜରିମାନା। ଏଭଳି ଏକ ନିୟମ ବିହାରର ପାଟଣା ସହରରେ ଲାଗୁ କରାଯାଇଛି। ବିହାରରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସୁଥିବା ମାଛ ବିକ୍ରି ଉପରେ ୧୫ ଦିନ ପର୍ଯ୍ୟନ୍ତ ରୋକ ଲଗାଇ ଦିଆଯାଇଛି । ତେବେ ଏହା ପୁରା ରାଜ୍ୟରେ ନୁହେଁ କେବଳ ପାଟଣା ନଗର ନିଗମ ପାଇଁ ନିୟମ ହୋଇଛି । ଯଦି କେହି ମାଛ ବିକ୍ରି କରୁଥିବାର ଦେଖାଯାଏ, ତେବେ ସାତ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବା ସହ ଦଶ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ଅନୁସାରେ ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଓ ବିହାର କିଛି ମାଛ ନମୁନା ଯାଂଚ ହୋଇଥିଲା । ଯାଂଚ ରିପୋର୍ଟରୁ ଜଣାପଡ଼ିଛି ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସୁଥିବା ମାଛ ଖାଇବା ଯୋଗ୍ୟ ନୁହେଁ ।

ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ମାଛକୁ କୋଲକାତର ଏକ ଲାବରେ ଯାଂଚ କରାଇଥିଲା ବିହାର ସରକାରଙ୍କ ପଶୁପାଳନ ବିଭାଗ । ଯାଂଚରୁ ଜଣାପଡ଼ିଲା ମାଛ ନମୁନାରେ କ୍ଷତିକାରକ ଫର୍ମାଲଇନ ମିଶିଛି । ଏହି ମାଛ ଖାଇଲେ କ୍ୟାନସର ହେବାର ଭୟ ରହଥାଏ । ତେଣୁ ଯାଂଚ ରିପୋର୍ଟ ଆସିବା ପରେ ଏହି ମାଛ ବିକ୍ରି ଉପରେ ରୋକ ଲଗାଯାଇଛି ।

ଫର୍ମାଲିନ୍ ମିଶା ମାଛ ଖାଇଲେ କ’ଣ ହୁଏ ?

ଏହି କେମିକାଲ ଅଳ୍ପ ମାତ୍ରାରେ ଶରୀରକୁ ଗଲେ ସାଂଘାତିକ୍ ପେଟ ରୋଗ ହୁଏ।

ଫର୍ମାଲିନ୍ ଯୋଗୁଁ ଚର୍ମ ରୋଗ ହେବାର ମଧ୍ୟ ଆଶଙ୍କା ରହିଛି।

ଏହି କେମିକାଲର ପରିମାଣ ଅଧିକ ହେଲେ କ୍ୟାନସର ହେବାର ମଧ୍ୟ ଆଶଙ୍କା ରହିଛି।

ସଜ ମାଛର ଏଭଳି ଚାଂଚଲ୍ୟକର ସତ ସାମ୍ନାକୁ ଆସିବା ପରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି କେଉଁ ମାଛରେ ରହିଛି ବିଷ, ତାହା ଆପଣ ଜାଣିବେ କେମିତି ?

ମାଛରେ ‘ଫର୍ମାଲ୍ ଡିହାଇଡ’ମିଶାଯାଇଥିଲେ ଏହା ସାଧାରଣ ମାଛ ଠାରୁ ଅଧିକ ଟାଣୁଆ ଲାଗିବ।

କେମିକାଲ ମିଶା ମାଛକୁ ଚୋବାଇବା ସମୟରେ ଏହା ରବର ଭଳି ଲାଗିବ।

କେମିକାଲ ମିଶା ମାଛର କାତି ମଧ୍ୟ ସଜ ମାଛ ଠାରୁ ଅଧିକ ଟାଣୁଆ।

ମାଛର ଗାଲି ଅତ୍ୟଧିକ ଲାଲ ଓ ଆଖି ଅଧିକ ସଫା।

ମାଛ ଭାଜିବା ସମୟରେ ଯେଉଁ ବାସ୍ନା ଆସେ, କେମିକାଲ ମିଶା ମାଛର ବାସ୍ନା ତା’ଠାରୁ ଭିନ୍ନ ରହିବ।

ଜିଅନ୍ତା ମାଛରେ କୌଣସି କେମିକାଲ ମିଶାଯାଇନଥିବା ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର