ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲା: ମାନହାନି ମାମଲାରେ ହାଜର ହେବାକୁ ରାହୁଲଙ୍କୁ ପାଟନା କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅଡ଼ୁଆ ଶେଷ ହୋଇନି। ଆଜି ବିହାରର ପାଟନା ଜିଲ୍ଲା ଏମ୍‌ପି/ଏମଏଲଏ କୋର୍ଟ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ଏପ୍ରିଲ ୧୨ ତାରିଖରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୋଦୀ ସାଙ୍ଗିଆ‌ ଟିପ୍ପଣୀ ମାମଲାରେ ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ତେଣୁ କୋର୍ଟ ସିଆରପିସିର ଧାରା ୩୧୩ ଅଧୀନରେ ରାହୁଲଙ୍କ ବୟାନ ରେକର୍ଡ କରିବାକୁ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ‌, ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ମାର୍ଚ୍ଚ ୨୩ ତାରିଖରେ ଦୋଷୀସାବ୍ୟସ୍ତ କରିବା ସହ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ରାହୁଲଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ହେବାପରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଗଲା।

ସମ୍ବନ୍ଧିତ ଖବର