ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ପ୍ରତିଯୋଗିତାରେ ପୁଣି ଥରେ ଶୀର୍ଷ ସ୍ଥାନରେ ରହିଛି ମଧ୍ୟପ୍ରଦେଶର ଇନ୍ଦୋର। ଇନ୍ଦୋର ଲଗାତର ଚତୁର୍ଥ ଥର ପାଇଁ ଏହି ସ୍ଥାନରେ ରହିଛି। ଏହି ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଗୁଜୁରାଟର ସୁରଟ ଓ ତୃତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ରର ନବି ମୁମ୍ବାଇ। ତେବେ ଏହି ତାଲିକାରେ ଦେଶର ସବୁଠାରୁ ଅପରିଷ୍କାର ସହର ଭାବରେ ବିହାରର ରାଜଧାନୀ ପାଟନା ରହିଛି |
ପାଟନା ର଼୍ୟାଙ୍କିଙ୍ଗରେ ୪୭ ତମ ସ୍ଥାନରେ ରହିଛି। ପାଟନା ୧୫୫୨.୧୧ ସ୍କୋର ପାଇଥିବାବେଳେ ପୂର୍ବ ଦିଲ୍ଲୀ ମଧ୍ୟ ୧୯୬୨.୩୧ ସ୍କୋର ପାଇଛି | ସ୍ୱଚ୍ଛ ସହର ଇନ୍ଦୋରର ସ୍କୋର ହେଉଛି ୫୬୪୭.୫୬ | ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକର ଏହି ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ପାଟନା ୪୭ ନମ୍ବରରେ ରହିଛି |
ପୂର୍ବ ର଼୍ୟାଙ୍କିଙ୍ଗରୁ ଏଥର ପାଟନା ଦେଶର ୩୧୮ ତମ ସ୍ଥାନରୁ ୧୦୫ କୁ ଉନ୍ନୀତ ହୋଇଛି। ସ୍ୱଚ୍ଛତା ସର୍ବେକ୍ଷଣରେ ଗଙ୍ଗା କୂଳରେ ଅବସ୍ଥିତ ସହରଗୁଡ଼ିକରେ ପାଟନା ଭଲ ପ୍ରଦର୍ଶନ କରିପାରିନାହିଁ | ଉତ୍ତରପ୍ରଦେଶର ବାରାଣାସୀ ଗଙ୍ଗା କୂଳରେ ସବୁଠାରୁ ପରିଷ୍କାର ସହର ଭାବରେ ବିବେଚିତ ହୋଇଥିବାବେଳେ ବିହାରର ମୁଙ୍ଗେର ଗଙ୍ଗା କୂଳରେ ଥିବା ସହରଗୁଡିକରେ ସବୁଠାରୁ ପରିଷ୍କାର ସ୍ଥାନ ଭାବେ ଆଖ୍ୟା ପାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/10nblDarj1_185915.jpg)