ପାଟନା (ବିହାର): ଆଜି ଅପରାହ୍ଣରେ ବିହାରର ପାଟନା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଜଣଙ୍କର ମୁତ୍ୟୁ ଘଟିବା ସହ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି।

Advertisment

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଆଜି ଅପରାହ୍ଣରେ ବିହାରର ପାଟନାରୁ ସମସ୍ତିପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ଡ଼ାଙ୍କୁଣି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଜନୈକ ଯାତ୍ରୀଙ୍କ ସୂତ୍ରରୁ ପ୍ରକାଶ, ଏକ ଟ୍ରକକୁ ଅତିକ୍ରମ କରିବାକୁ ଯାଉଥିବା ବେଳେ ବସ୍‌ର ଡ୍ରାଇଭର ବସ୍‌ ଉପରୁ ନିଜର ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍‌ଟି ରାସ୍ତାକଡ଼ରେ ଥିବା ଏକ ଇଲେକ୍ଟ୍ରିକ୍‌ ଖୁଣ୍ଟି ସହ ପିଟି ହୋଇଯିବା ସହ ସେଠାରେ ଥିବା ଏକ ଗାତ ମଧ୍ୟକୁ ଖସି ପଡ଼ିିଥିଲା। ଏହି ଘଟଣାରେ ଦୁଇଜଣ ବସ୍‌ ଯାତ୍ରୀଙ୍କ ମୁତ୍ୟୁ ଘଟିଥିବା ବେଳେ ଦୁଇଜଣ ପଦଚାରୀଙ୍କର ମଧ୍ୟ ମୁତ୍ୟୁ ଘଟିଥିଲା। ଏବଂ ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଥିଲା।