ଗାଁ ମହିଳାଙ୍କ ଲୁଗା ସଫା କରିବାକୁ ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କ ଉପରେ ହାଇକୋର୍ଟ ଖପ୍ପା, ରାୟ ଶୁଣାଇବା ଉପରେ ଲଗାଇଲେ ରୋକ

ପାଟନା: ଅତୀତରେ ଅଜବ ରାୟ ପାଇଁ ଚର୍ଚ୍ଚିତ ବିହାର ମଧୁବନିର ଜଣେ ବିଚାରପତିଙ୍କ ଉପରେ ଖପ୍ପା ହୋଇଛନ୍ତି ହାଇକୋର୍ଟ | ଆଉ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ କୌଣସି ଆବେଦନ ଉପରେ ରାୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଶୁକ୍ରବାର ଦିନ ହାଇକୋର୍ଟ ପକ୍ଷରୁ ଜାରି କରାଯାଇଥିବା ଏକ ଆଦେଶରେ କୁହାଯାଇଛି ଯେ ମଧୁବନି ଜିଲ୍ଲାର ଝଣଝାରପୁର ସବଡିଭିଜନର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅବିନାଶ କୁମାର ପରବର୍ତ୍ତୀ ନିର୍ଦ୍ଦେଶ ନ ପାଇବା ପର୍ଯ୍ୟନ୍ତ କୌଣସି ନ୍ୟାୟିକ କାର୍ଯ୍ୟ କରିବେ ନାହିଁ |

କୌଣସି ମାମଲା ଉପରେ ସେ ରାୟ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି |ସୂଚନା ମୁତାବକ ଗତ ସପ୍ତାହରେ ମଧୁବନି ଜିଲ୍ଲାର ଏକ କୋର୍ଟ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କୁ ଏକ ଅଜବ ଦଣ୍ଡାଦେଶ ଶୁଣାଇଥିଲେ। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅବିନାଶ କୁମାର ଉକ୍ତ ଅଭିଯୁକ୍ତଙ୍କୁ ତାଙ୍କ ଗାଁର ସମସ୍ତ ମହିଳାଙ୍କ ଲୁଗା ଧୋଇବା ଓ ଇସ୍ତ୍ରୀ କରିବାକୁ ରାୟ ଦେଇଥିଲେ |

ଏହା ପରେ କୋର୍ଟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ସହ ୬ମାସ ପର୍ଯ୍ୟନ୍ତ ସେ ତାଙ୍କ ଗାଁର ସମସ୍ତ ମହିଳାଙ୍କ ଲୁଗା ଧୋଇ ଇସ୍ତ୍ରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଅତିରିକ୍ତ ଜିଲ୍ଲା ଦୌରାଜଜ ଦେଇଥିବା ଏହି ରାୟ ଖୁବ ଚର୍ଚ୍ଚାରେ ଥିଲା। ତେବେ ହାଇକୋର୍ଟ ବିଚାରପତିଙ୍କ ରାୟକୁ ନେଇ ଖପ୍ପା ହୋଇଥିଲେ | ଆଉ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଅନ୍ୟ କୌଣସି ମାମଲାରେ ରାୟ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର