ନୂଆଦିଲ୍ଲୀ: ଲେଡି ଆଇପିଏସ କାମ୍ୟା ମିଶ୍ର ମାତ୍ର ୨୨ବର୍ଷ ବୟସରେ ୟୁପିଏସି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଆଇପିଏସ କାମ୍ୟା ମିଶ୍ର ହୋଇଥିଲେ । ଚାକିରି କରିବାର ମାତ୍ର ୫ବର୍ଷ ଭିତରେ ସେ ଏମିତି ଅନେକ କାମ କରିଛନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଲେଡି ସିଂଘମର ନାମ ଦେଇଥିଲେ।
କାମ୍ୟା ମିଶ୍ର ହେଉଛନ୍ତି ଓଡିଶାର ଝିଅ । ୨୦୧୯ ଏପ୍ରିଲ୫ରେ ବାହାରିଥିବା ୟୁପିଏସି ପରୀକ୍ଷାଫଳରେ କାମ୍ୟା ମିଶ୍ର ପ୍ରଥମ ପ୍ରୟାସରେ ୧୭୨ତମ ସ୍ଥାନ ଅଧିକାର କରିଥିଲେ।
ସମ୍ପ୍ରତି ଖବର ଆସିଛି ଆଇପିଏସ୍ ଅଧିକାରୀ କାମ୍ୟା ମିଶ୍ରଙ୍କ ଇସ୍ତଫା ଗୃହୀତ ହୋଇଯାଇଛି। ତାଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। କାମ୍ୟାଙ୍କ ପୂର୍ବରୁ ସରକାର ପୂର୍ଣ୍ଣିଆ ରେଞ୍ଜର ଆଇଜି ଶିବଦୀପ ଲାଣ୍ଡେଙ୍କ ଇସ୍ତଫା ଗ୍ରହଣ କରିଥିଲେ।
୨୦୧୯ ବ୍ୟାଚର ଆଇପିଏସ୍ କାମ୍ୟା ମିଶ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ୨୦୨୪ ଅଗଷ୍ଟ ୬ରେ ପୁଲିସ ମୁଖ୍ୟାଳୟରେ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ସମ୍ପର୍କରେ କୌଣସି ନିଷ୍ପତ୍ତି ନହେବାରୁ ସେ ୨୦୨୪ ଅଗଷ୍ଟ ୨୭ରୁ ଛୁଟିରେ ଚାଲି ଯାଇଥିଲେ। ଦୀର୍ଘ ୧୮୦ ଦିନର ଲମ୍ବା ଛୁଟି ପରେ ବି ସେ ଆଉ ଡିୟୁଟିରେ ଯୋଗ ଦେଇ ନଥିଲେ । ସମ୍ପ୍ରତି ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ତେବେ କାମ୍ୟା ୨୨ବର୍ଷ ବୟସରେ ଆଇପିଏସ ଅଧିକାରୀ ହୋଇଥିବା ବେଳେ ମାତ୍ର ୨୮ବର୍ଷ ବୟସରେ ଚାକିରି ଛାଡ଼ି ଦେବା ଘଟଣାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।