ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲା ବେଳେ ପାଣିରେ ଖସି ପଡ଼ିଲେ ସାଂସଦ

ପାଟନା: ବିହାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲାବେଳେ ପାଟଳୀପୁତ୍ର ସାଂସଦ ରାମ କୃପାଳ ଯାଦବ ଗଭୀର ପାଣିରେ ଖସିପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପି ସାଂସଦ ଶ୍ରୀ ଯାଦବ ନିଜ ନିର୍ବାଚନମଣ୍ଡଳୀରେ ହୋଇଥିବା ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଗତକାଲି ପାଟଳୀପୁତ୍ରର କେତେକ ଅଞ୍ଚଳ ପରିଦର୍ଶନ କରିଥିଲେ। ଡଙ୍ଗା ଉପରୁ ସେ ବନ୍ୟାର ଫଟୋ ଉଠାଉଥିବାବେଳେ ଭାରସାମ୍ୟ ହରାଇ ପାଣି ଭିତରକୁ ଖସି ପଡ଼ିଥିଲେ। ସାଂସଦ ପାଣି ଭିତରକୁ ଖସି ପଡ଼ିବା ସମୟରେ ତାଙ୍କ ସହ ଉପସ୍ଥିତ ଥିବା ବିଜେପି କର୍ମୀ ଓ ସାଧାରଣ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଧାନରୁଆ ବ୍ଲକ୍‌ରେ ଏହି ଘଟଣା ଘଟିଛି।

ସମ୍ବନ୍ଧିତ ଖବର