ପାଟନା: ଏକ ଘରୋଇ ଟିଭି ଚ୍ୟାନେଲ ସହିତ କଥାବାର୍ତ୍ତା କରି ରାଜନେତା ତେଜ ପ୍ରତାପ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ "ମୁଁ ଗୀତା ଏବଂ ଭଗବାନ କୃଷ୍ଣଙ୍କ ନାମରେ ଶପଥ କରି କହୁଛି ଯେ ମୁଁ ଆଉ କେବେ ଆରଜେଡିରେ ଯୋଗ ଦେବି ନାହିଁ।" ତେଜ ପ୍ରତାପ ଯାଦବ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଯେତେ ଥର ନିମନ୍ତ୍ରଣ କରାଗଲେ ମଧ୍ୟ ସେ ଆଉ ଆରଜେଡିକୁ ଫେରିବେ ନାହିଁ। ଆରଜେଡିକୁ ଫେରିବା ନେଇ ସମସ୍ତ କଳ୍ପନାଜଳ୍ପନାକୁ ଖାରଜ କରି ତେଜ ପ୍ରତାପ ଯାଦବ କହିଛନ୍ତି ଯେ ସେ ତାଙ୍କ ନିଷ୍ପତ୍ତିରେ ଅଟଳ ଅଛନ୍ତି ଏବଂ ରହିବେ ମଧ୍ୟ।

Advertisment

ମହୁଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ନିଷ୍ପତ୍ତି ଘୋଷଣା କରି ତେଜ ପ୍ରତାପ କହିଛନ୍ତି ଯେ ସେ ନିଜେ ତାଙ୍କର ରାଜନୈତିକ ଯାତ୍ରା ନିିଜ ବଳରେ କରିବେ। ମୋର ପାରିବାରିକ ସମ୍ପର୍କ ଦୃଢ଼, କିନ୍ତୁ ମୁଁ ଏକ ନୂତନ ରାଜନୈତିକ ପଥ ବାଛିଛି ଏବଂ ଏହାକୁ ଜାରି ରଖିବେ।

ତାଙ୍କ ବିବୃତିରେ, ତେଜ ପ୍ରତାପ ତାଙ୍କ ପରିବାର ପ୍ରତି ତାଙ୍କର ପ୍ରେମ ଏବଂ ସମ୍ମାନ ମଧ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ, "ବାପାମାତା ଆମର ଦେବତା। ଆମେ ସେମାନଙ୍କୁ ସମ୍ମାନ କରୁ ଏବଂ ସେମାନଙ୍କ ପ୍ରତିଛବି ଆମ ହୃଦୟରେ ରଖୁ।"

ସେ ଏହା ମଧ୍ୟ କହିଛନ୍ତି ଯେ ରାଜନୀତି ଏବଂ ପରିବାର ମଧ୍ୟରେ ସମ୍ପର୍କ ପୃଥକ ଏବଂ ସର୍ବଦା ତାଙ୍କ ହୃଦୟରେ ରହିବ। ତଥାପି, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ରାଜନୈତିକ ପଥ ଏବେ ଭିନ୍ନ ହେବ। ମହୁଆରୁ ନିର୍ବାଚନ ଲଢ଼ିବେ।