ସୋଭରେନ୍ ଗ୍ରିନ୍ ବଣ୍ଡ୍‌ ଜାରି ହେବା ବାଟ ଫିଟିଲା

ନୂଆଦିଲ୍ଲୀ : ପରିବେଶ ମିତବ୍ୟୟୀ ତଥା ସବୁଜ ପ୍ରକୃତିକୁ ସୁହାଉଥିବା ପ୍ରକଳ୍ପ ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ‌ସୋଭରେନ୍ ଗ୍ରିନ୍ ବଣ୍ଡ୍‌ ଜାରି ହେବ। ଏହାକୁ ଭାରତ ସରକାରଙ୍କ ସମର୍ଥନ ରହିବ। ଗ୍ରିନ୍ ବଣ୍ଡ୍‌ ଲାଗି ପ୍ରସ୍ତୁତ କରାଯାଇଥିବା ରୂପରେଖକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମଞ୍ଜୁରି ପ୍ରଦାନ କରିଛନ୍ତି। ଗ୍ରିନ୍ ବଣ୍ଡ୍ ହେଉଛି ଏକ ଆର୍ଥିକ ଉପକରଣ ଯାହାକୁ ଜାରି କରି ସବୁଜ ପ୍ରକଳ୍ପ ଲାଗି ପାଣ୍ଠି ଯୋଗାଡ଼ କରିହେବ। ଭାରତର ଗ୍ରିନ୍ ବଣ୍ଡ୍‌ ରୂପରେଖକୁ ଅନୁଶୀଳନ କରିବା ଲାଗି ନରୱେର ଏକ ସ୍ବାଧୀନ ସଂସ୍ଥା ସିସେରୋକୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର