ତିହାର ଜେଲ୍‌ରେ ପହଞ୍ଚିଲେ ପବନ ଜହ୍ଲାଦ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀମାନଙ୍କୁ ‌ଫେବ୍ରୁଆରି ୧ ତାରିଖରେ ଫାଶୀ ହେବ କି ନା’ ସେନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ଆଜି ମିରଟ୍‌ରୁ ପବନ ଜହ୍ଲାଦ ତିହାର ଜେଲ୍‌ରେ ପହଞ୍ଚିଛନ୍ତି। ଫାଶୀ ପାଇଁ ଆଉ ମାତ୍ର ୨ ଦିନ ଥିବାରୁ ପବନ ଜହ୍ଲାଦ ଜେଲ୍‌ ପରିସରରେ ରହିବେ ଏବଂ ଫାଶୀ ପାଇଁ ବିଭିନ୍ନ ଅତ୍ୟାବଶ୍ୟକ କାର୍ଯ୍ୟ ଉପରେ ନଜର ଦେବେ । ଫାଶୀ ପାଇଁ ବ୍ୟବହାର ହେବାକୁ ଥିବା ଦଉଡ଼ିର ଶକ୍ତି ସହ ଅନ୍ୟ ଦିଗଗୁଡ଼ିକୁ ସେ ଭଲଭାବେ ନଜର ଦେବେ। ସମସ୍ତ ଦୋଷୀଙ୍କୁ ଆସନ୍ତା ଫେବ୍ରୁଆରି ୧ ସକାଳ ୬ଟାରେ ଫାଶୀ ହେବାର ଅଛି। ପବନ ହେଉଛନ୍ତି ଜଣେ ତୃତୀୟ ପିଢ଼ିର ଜହ୍ଲାଦ। ପବନ ଦୋଷୀମାନଙ୍କୁ ଫାଶୀ ଦେବାପାଇଁ ପୂର୍ବରୁ ଆଗ୍ରହ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର