ନିର୍ଭୟା ଅଭିଯୁକ୍ତଙ୍କ ଭଳି ହଥରସ୍ ପୀଡିତାଙ୍କ ଦୁଷ୍କର୍ମକାରୀଙ୍କୁ ନିଜ ହାତରେ ଫାଶୀ ଖୁଣ୍ଟରେ ଝୁଲେଇବାକୁ ଚାହାନ୍ତି ପବନ ଜହ୍ଲାଦ

ନୂଆଦିଲ୍ଲୀ: ଦୁଇସପ୍ତାହ ତଳେ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହଥରାସ ଗାଁରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗର ଯୁବତୀଙ୍କର ଗତକାଲି ସକାଳେ ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ଏହି ଜଘନ୍ୟ କାଣ୍ଡରେ ପୀଡ଼ିତାଙ୍କର ମେରୁହାଡ଼ ଭାଙ୍ଗିଯାଇ ଶରୀର ଅଚଳ ହୋଇଯିବା ସହ ଜିଭ ଛିଣ୍ଡିଯାଇଥିବା ଜଣାଯାଇଥିଲା। ଉତ୍ତରପ୍ରଦେଶର ଏକ ଡାକ୍ତରଖାନାରେ ଆଇସିୟୁରେ ରହିଲା ପରେ ସୋମବାର ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାର ୪ ଅଭିଯୁକ୍ତ ଜେଲ୍‌ରେ ଥିବା ବେଳେ ସେମାନଙ୍କ ବିରୋଧରେ ଏବେ ହତ୍ୟା ମାମଲା ଚାଲିବ ବୋଲି ଜଣାପଡ଼ିଛି ।

ତେବେ ଏହି ଲୋମଟାଙ୍କୁରା ଘଟଣାକୁ କେନ୍ଦ୍ର କରି ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀରେ ଝୁଲାଇଥିବା ପବନ ଜଲ୍ଲାଦ କହିଛନ୍ତି, ହଥରସ ପୀଡିତାଙ୍କ ମୃତ୍ୟୁ ପରେ ମୋ ମନ ଏତେ ବ୍ୟଥିତ ଯେ ମୁଁ ଏହାକୁ ପ୍ରକାଶ କରି ପାରିବି ନାହିଁ। ସତ କହିବାକୁ ଗଲେ ମୁଁ ମଧ୍ୟ ଆଜି ପୀଡିତାଙ୍କ ମା’ ଏବଂ ତାଙ୍କ ପରିବାର ଲୋକଙ୍କ ପରି ବିବଶ। ଯଥା ଶୀଘ୍ର ଦୋଷୀଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେଇ ଯାଆନ୍ତୁ। ଯେମିତି ମୁଁ ମୋ ନିଜ ହାତରେ ଅପରାଧୀଙ୍କୁ ଫାଶୀ ଦେଇ ପାରିବି।

कौन है पवन जल्लाद, जो निर्भया के दोषियों के डेथ वारंट का कर रहा इंतजार | nirbhaya gangrape case: know more about pawan jallad from meerut - Hindi Oneindia

ପବନଙ୍କ କହିବାନୁଯାୟୀ ପୀଡିତାଙ୍କ ମୃତ୍ୟୁ ଖବର ଶୁଣି ସେ ମର୍ମାହତ। ସେ ନିର୍ଭୟା ମାଙ୍କୁ ଦେଖିଛନ୍ତି। ସେ ସେହି ଯନ୍ତ୍ରଣାକୁ ଅନୁଭବ କରିଛନ୍ତି। ଯେଉଁ ଝିଅ ସହିତ ଏହି ପରି ଅମାନବୀୟ ଘଟଣା ଘଟିଛି ମୁଁ ସେହି ମା’ର ଯନ୍ତ୍ରଣା ଓ ବିବଶତାକୁ ବେଶ ଭଲ ଭାବେ ବୁଝି ପାରୁଛି। ମୁଁ ହଥରସ ପୀଡିତାଙ୍କ ମା’ଙ୍କୁ ଭେଟି ନିଶ୍ଚୟ ଦୁଃଖ ବାଣ୍ଟିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର