ନୂଆଦିଲ୍ଲୀ: ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ପାୱାର ଷ୍ଟାର ପବନ କଲ୍ୟାଣଙ୍କ ଭାଗ୍ୟ ବଦଳି ଯାଇଛି । ସେ ଗତ୧୦ ବର୍ଷ ଧରି ରାଜନୀତିରେ ରହି କଠିନ ପରିଶ୍ରମ କରିବା ପରେ ତୃ୍ତୀୟଥରରେ ବିଜୟୀ ହୋଇଛନ୍ତି।
ପୱନ କଲ୍ୟାଣ ପିଥାପୁରମ୍ ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ନାଇଡୁ କ୍ୟାବିନେଟରେ ଡେପୁଟି ସିଏମ୍ ଭାବେ ଶପଥ ନେଇଥିଲେ। ପୱନଙ୍କ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ମୋଦୀଙ୍କ କାନରେ କିଛି କହୁଥିବା ଦେଖିବାକୁ ମିଳୁଛି।
କୁହାଯାଉଛି କି ପୱନ ମୋଦୀଙ୍କୁ ତାଙ୍କ ବଡ଼ଭାଇ ଚିରଞ୍ଜୀବୀଙ୍କୁ ଭେଟିବାକୁ କହୁଛନ୍ତି। କିଛି ସମୟ ପରେ ମୋଦୀ ପୱନ ଓ ଚିରଞ୍ଜୀବୀ ଦୁଇଭାଇଙ୍କ ହାତ ଧରି ଅଭିବାଦନ କରିଥିଲେ। ପୱନ ବି ମଞ୍ଚ ଉପରେ ଭାଇ ଚିରଞ୍ଜୀବୀଙ୍କ ପାଦ ସ୍ପର୍ଶ କରି ଆର୍ଶୀବାଦ ନେଇଥିଲେ। ଏହାପରେ ମୋଦୀ ଦୁଇଭାଇଙ୍କୁ ସାବାସି ଦେଇଥିଲେ।
#WATCH | Prime Minister Narendra Modi meets Jana Sena chief Pawan Kalyan, actor and Padma Vibhushan awardee Konidela Chiranjeevi, Actor Rajinikanth, Actor-politician Nandamuri Balakrishna and other Union Ministers and TDP leaders at the swearing-in ceremony of Andhra Pradesh CM N… pic.twitter.com/sM5CtDvZTp
— ANI (@ANI) June 12, 2024
ଏହି ଶପଥ ସମାରୋହରେ ମୋଦୀ, ଚିରଞ୍ଜୀବୀ ଓ ପୱନଙ୍କ ସ୍ନେହଭରା ମୁହୂର୍ତ୍ତର ଭିଡିଓକୁ ଲୋକେ ଖୁବ ଭଲ ପାଇବା ଦେଇଛନ୍ତି।
ପୱନ କଲ୍ୟାଣ ୨୦୦୮ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ତାଙ୍କ ଭାଇ ଚିରଞ୍ଜୀବୀଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜା ରାଜ ପାର୍ଟିର ଯୁବ ୱିଙ୍ଗର ସଭାପତି ଭାବରେ କାର୍ଯ୍ୟ କରିଥିଲେ।