ମୁମ୍ବାଇ: ଏନସିପି ସହ ମିଶି ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ତାଙ୍କ ଦଳର ନିଷ୍ପତ୍ତି ନୁହେଁ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି। ସେ ଏକଥା ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ଏସଂପର୍କରେ ଶରଦ ପାୱାର ଦିନ ୧୧ଟା ସମୟରେ ସାମ୍ବାଦିକ ସମ୍ମିଳନୀରେ କହିବେ ବୋଲି ଜଣାଯାଇଛି।
Ajit Pawar's decision to support the BJP to form the Maharashtra Government is his personal decision and not that of the Nationalist Congress Party (NCP).
We place on record that we do not support or endorse this decision of his.— Sharad Pawar (@PawarSpeaks) November 23, 2019
ସୂଚନାଯୋଗ୍ୟ, ଶନିବାର ସକାଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନବିସ ଶପଥ ଗ୍ରହଣ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟିର (ଏନ୍ସିପି) ନେତା ଅଜିତ ପାଓ୍ଵର୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅଜିତ ପାଓ୍ଵର୍ କହିଛନ୍ତି ଯେ ଚାଷୀମାନଙ୍କ ସମସ୍ୟା ସମାଧାନଲାଗି ଆମେ ବିଜେପି ସହ ଆସିଛୁ।
ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଫଡ଼ନବିସ କହିଲେ, ଲୋକେ ଆମକୁ ସ୍ପଷ୍ଟ ମତ ଦେଇଥିଲେ, କିନ୍ତୁ ଫଳାଫଳ ପ୍ରକାଶ ପାଇବା ପରେ ଶିବ ସେନା ଅନ୍ୟ ଦଳ ସହ ମେଣ୍ଟ କରିବାକୁ ଉଦ୍ୟମ କରିବା ଫଳରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା। ‘ଖିଚିଡ଼ି’ ସରକାର ନୁହେଁ, ମହାରାଷ୍ଟ୍ର ସ୍ଥିର ସରକାର ଚାହେଁ।