ଅନୁରାଗ କଶ୍ୟପଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ପାୟଲ ଘୋଷ ଆରପିଆଇରେ ଯୋଗ ଦେଲେ

ମୁମ୍ବାଇ :ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଆରପିଆଇ(ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ) ରେ ଯୋଗ ଦେଇଛନ୍ତି । ଏହି ଅବସରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ କହିଛନ୍ତି କି ଅନୁରାଗ କଶ୍ୟପଙ୍କୁ ଯିଏ କରିଥିଲା ଘାଏଲ ଏ ହେଉଛନ୍ତି ସେହି ପାୟଲ । କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ ପାୟଲ ଘୋଷଙ୍କୁ ଭେଟିଥିଲେ । ଏହି ସମୟରେ ସେ କହିଥିଲେ କି ତାଙ୍କ ଦଳ ନ୍ୟାୟର ଲଢେଇରେ ତାଙ୍କ (ପାୟଲ) ସହିତ ଅଛି । ଏନେଇ ବି କେନ୍ଦ୍ରମନ୍ତ୍ରୀ ଏକ ଟ୍ୱିଟ୍ କରିଥିଲେ ।

aajtak

କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ ଏହି ପୋଷ୍ଟ ସହିତ ପାୟଲ ଘୋଷଙ୍କ ସହିତ ତାଙ୍କର ସାକ୍ଷାତ ବେଳର କିଛି ଫଟୋ ବି ପୋଷ୍ଟ କରିଥିଲେ । ସୂଚନା ଥାଉକି ଏହା ପୂର୍ବରୁ ପାୟଲ ଘୋଷ ଯେତେବେଳେ ଅନୁରାଗ କଶ୍ୟପଙ୍କ ବିରୋଧରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତସିଂ କୁଶୱାରୀଙ୍କୁ ଭେଟିବାକୁ ଯାଇଥିଲେ ସେତେବେଳେ ରାମଦାଶ ଅଠାୱାଲେ ବି ତାଙ୍କ ସହିତ ଯାଇଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ନ୍ୟାୟ ଦେବାକୁ ଭରସା ଦେଇଥିଲେ ।

ସୂଚନା ମୁତାବକ, ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ସେ କହିଥିଲେ କି ସେ ଯେତେବେଳେ ସିନେମାରେ ତାଙ୍କ କ୍ୟାରିଅର ଆରମ୍ଭ କରିବାକୁ ଯାଉଥିଲେ ଅନୁରାଗ କଶ୍ୟପ ତାଙ୍କ ସହିତ ଅସଦାଚରଣ କରିଥିଲେ । ‘ଯାହା ମୋ ସହିତ ହୋଇଛି ତାହା ଅନ୍ୟମାନଙ୍କ କ୍ଷେତ୍ରରେ ନହେଉ’ ବୋଲି ସେତେବେଳେ ପାୟଲ କହିଥିଲେ ।

ସମ୍ବନ୍ଧିତ ଖବର