ନୂଆଦିଲ୍ଲୀ: ବିଗ୍ ବସ ପ୍ରତିଯୋଗୀ ତଥା ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହୁଥିବା ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଆଜି ରାଜସ୍ଥାନ ପୁଲିସ ଗିରଫ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ପଣ୍ଡିତ ଜବାହରଲାଲ ନେହେରୁ ଓ ମୋତିଲାଲ ନେହେରୁଙ୍କୁ ନେଇ ପାୟଲ ବିବାଦୀୟ ବୟାନ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣା ପଡ଼ିଛି।
I am arrested by @PoliceRajasthan for making a video on #MotilalNehru which I made from taking information from @google 😡 Freedom of Speech is a joke 🙏 @PMOIndia @HMOIndia
— PAYAL ROHATGI & Team- Bhagwan Ram Bhakts (@Payal_Rohatgi) December 15, 2019
ପୁଲିସ ଅଧିକ୍ଷକ ମମତା ଗୁପ୍ତାଙ୍କ କହିବା ମୁତାବକ, ପାୟଲଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରାଯାଇଛି। ଅକ୍ଟୋବର ମାସରେ ଯୁବ କଂଗ୍ରେସ ନେତା ଚରମେଶ ଶର୍ମା ଧାରା ୬୬ ଓ ୬୭ ଅନୁଯାୟୀ ପାୟଲଙ୍କ ବିରୋଧରେ ଏତଲା ଲେଖାଇଥିଲେ। ଯାହା ପରେ ତାଙ୍କୁ ଆଜି ଅହମଦାବାଦରୁ ଗିରଫ କରାଯାଇଛି। ତେବେ ପାୟଲଙ୍କ ଗିରଫ ହେବା ଖବର ତାଙ୍କ ଟୁଇଟର ଆକାଉଣ୍ଟ ଜରିଆରେ ମଧ୍ୟ ସେୟାର କରାଯାଇଛି। ମୋତେ ଆଜି ରାଜସ୍ଥାନ ପୁଲିସ ଗିରଫ କରିଛି। ସେପ୍ଟେମ୍ବର ୨୧ରେ ମୁଁ ମୋତିଲାଲ ନେହେରୁ ଓ ଜବାହରଲାଲ ନେହେରୁଙ୍କୁ ନେଇ ଗୁଗଲରେ ଥିବା ସୂଚନା ଆଧାରରେ ଯେଉଁ ଭିଡିଓ ପୋଷ୍ଟ କରିଥିଲି, ସେ ନେଇ ମୋତେ ପୁଲିସ ଗିରଫ କରିଛି। ଆଜିକାଲି କୌଣସି ବିଷୟରେ କହିବାର ସ୍ବାଧୀନତା ନାହିଁ ବୋଲି ସେ ନିଜ ଟୁଇଟରେ ଲେଖିଛନ୍ତି।