ହଠାତ୍ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଅଦୃଶ୍ୟ ହେଲା ପେମେଣ୍ଟ ଆପ୍ ‘ପେଟିଏମ୍’, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଜଣାଶୁଣା ପେମେଣ୍ଟ ଆପ୍ ପେଟିଏମ୍ ରହସ୍ୟମୟ ଭାବରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଅଦୃଶ୍ୟ ହୋଇଯାଇଛି | ୱାନ୯୭ କମ୍ୟୁନିକେସନ୍ ଲିମିଟେଡ୍ ମାଲିକାନାରେ ଥିବା ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ହଠାତ୍ ଅଦୃଶ୍ୟ ହୋଇଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପେମେଣ୍ଟ ଆପ୍ ପେଟିଏମ୍ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଅଦୃଶ୍ୟ ହୋଇଥିଲେ ମଧ୍ୟ ବ୍ୟବସାୟ ପାଇଁ ପେଟିଏମ୍, ପେଟିଏମ୍ ମନି, ପେଟିଏମ୍ ମଲ୍ ଏବଂ କମ୍ପାନୀର ମାଲିକାନାରେ ଥିବା ଅନ୍ୟ ସମସ୍ତ ଆପ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି | ତେବେ ଆପଲ୍ ଆପ୍ ଷ୍ଟୋର୍‌ରେ ପେଟିଏମ୍ ଡାଉନଲୋଡ୍ ପାଇଁ ଉପଲବ୍ଧ ଥିବା ଜଣାପଡ଼ିଛି |

ସର୍ବଶେଷ ସୂଚନା ଅନୁଯାୟୀ, ଗୁଗୁଲ ଏହାର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ଆପକୁ ପ୍ଲେ ଷ୍ଟୋରରୁ ଅପସାରଣ କରୁଛି। ଗୁଗୁଲ୍ କହିଛି, “ଆମେ ଅନଲାଇନ୍ କାସିନୋ / କୌଣସି ଅନିୟମିତ ଜୁଆ ଖେଳକୁ ସମର୍ଥନ କରୁନାହୁଁ, ଯାହା କ୍ରୀଡା ବେଟିଂକୁ ସୁଗମ କରିଥାଏ। ଏଥିରେ ଆପ୍ ଗ୍ରାହକଙ୍କୁ ଏକ ବାହ୍ୟ ୱେବସାଇଟକୁ ନେଇଥାଏ, ଯାହା ସେମାନଙ୍କୁ ନଗଦ ଟଙ୍କା / ନଗଦ ପୁରସ୍କାର ଜିତିବା ପାଇଁ ପେଡ୍ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଥାଏ ବୋଲି ଗୁଗୁଲ୍ ଏକ ବିବୃତିରେ କହିଛି। ତେବେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପ୍ ଅଦୃଶ୍ୟ ହେବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Paytm app mysteriously disappears from Google Play Store, reason unknown
Newsd.in

ପେଟିଏମ୍ ୱାନ୯୭ କମ୍ୟୁନିକେସନ୍ ଲିମିଟେଡ୍ ନାମକ ଏକ ଭାରତୀୟ କମ୍ପାନିର ମାଲିକାନାରେ ପରିଚାଳିତ, ଯାହା ବିଜୟ ଶେଖର ଶର୍ମାଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା। କିନ୍ତୁ ଚୀନ୍‌ର ଆଲିବାବା ଗୋଷ୍ଠୀର ସହଯୋଗୀ ଥିବା ଫିଣ୍ଟେକ୍ ଫାର୍ମ ଆଣ୍ଟ ଫାଇନାନ୍ସରୁ ନିବେଶ ଲାଗି କମ୍ପାନି ବିପୁଳ ଅର୍ଥ  ଗ୍ରହଣ କରିଥିଲା ବୋଲି ସୂଚନା ରହିଛି ।

ସମ୍ବନ୍ଧିତ ଖବର