ନୂଆଦିଲ୍ଲୀ: ପାଷ୍ଟାଗ୍ ଇସ୍ୟୁ କରିପାରିବ ନାହିଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ । ଏ ନେଇ କଟକଣା ଜାରି କରିଛି ଭାରତୀୟ ରାଜପଥ ପରିଚାଳନା କମ୍ପାନୀ (ଆଇଏଚ୍ଏମସିଏଲ୍) ।

Advertisment

ଆଇଏଚ୍ଏମସିଏଲ୍ ଭାରତରେ ଟୋଲ୍ ସମ୍ବନ୍ଧୀୟ ମାମଲା ଉପରେ ନଜର ରଖିଥାଏ। ସାଧାରଣତଃ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ସହାୟତାରେ ୟୁଜର୍ସଙ୍କୁ ଫାଷ୍ଟାଗ୍ ମିଳୁଥିଲା। କିନ୍ତୁ ଏବେ ପେଟିଏମକୁ ଏହା ଜାରି କରିବାକୁ ବାରଣ କରାଯାଇଛି। ଅର୍ଥାତ୍ ଏବେ ପେଟିଏମ୍ ୟୁଜର୍ସଙ୍କ ପାଇଁ ନୂଆ ପାଷ୍ଟାଗ୍ ଜାରି କରିପାରିବ ନାହିଁ। ଏନଏଚଏଆଇ ତରଫରୁ ଟୋଲ୍ ସମ୍ବନ୍ଧୀୟ ସମସ୍ତ ମାମଲାରେ ନିଷ୍ପତ୍ତି ନେବାର କ୍ଷମତା ଆଇଏଚ୍ଏମସିଏଲ୍କୁ ଦିଆଯାଇଛି।

ପେଟିଏମ୍ ପେମେଣ୍ଟବ୍ୟାଙ୍କ ପକ୍ଷରୁ ସର୍ଭିସ ଲେଭେଲ ଏଗ୍ରିମେଣ୍ଟ (ଏସ୍ଏଲ୍ଏ) ପାଇଁ ଧାର୍ଯ୍ୟ କରାଯାଇଥିବା ମାପଦଣ୍ଡ ଓ ନିୟମ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ପେଟିଏମ୍ କୌଣସି ନୂଆ ଟୋଲ୍ ପାଇଁ ନୂଆ ଫାଷ୍ଟାଗ୍ ଜାରି କରିପାରିବ ନାହିଁ। ଅର୍ଥାତ୍ ନାସନାଲ ଇଲେକ୍ଟ୍ରୋନିକ୍ ଟୋଲ କଲେକ୍ସନ ଅଧିନରେ ଆସୁଥିବା କୌଣସି ଟୋଲ ପ୍ଲାଜାରେ ଫାଷ୍ଟାଗ୍ ଜାରି କରିପାରିବ ନାହିଁ ।

ଏହା ପୂର୍ବରୁ ଆଇଏଚଏମସିଏଲ ତରଫରୁ ପେଟିଏମକୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା । ଏହି ମାମଲାରେ ପେଟିଏମ୍ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପଚରାଯାଇଥିଲା।