ପିସିସିର ଜୁମ୍ବୋ ଟିମ୍‌: ୧୨ ଉପସଭାପତି, ୨୦ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ଟିମ ଗଠନ କରିଛି ଏଆଇସିସି। ଆଜି ବିଧିବଦ୍ଧ ଭାବେ ଏହି ଟିମ୍‌ର ଘୋଷଣା କରାଯାଇଛି। ଏଥର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ୧୨ଜଣ ଉପସଭାପତି, ୨୦ଜଣ ସାଧାରଣ ସଂପାଦକ, ୪୬ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି। ଏହାସହ ୩୨ ଜଣ କାର୍ଯ୍ୟକାରୀ କମିଟିର ସଦସ୍ୟ ରହିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରୀ କମିଟିର ଗଠନ ପ୍ରସ୍ତାବକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନୁମୋଦନ ପ୍ରଦାନ କରିଥିବା କଂଗ୍ରେସର ସାଧାରଣ ସଂପାଦକ କେ.ସି.ଭେନୁଗୋପାଳ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ଘୋଷଣା କରାଯାଇଥିବା ପିସିସିର ଟିମ୍‌ରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ବ ରହିଛି। ଯୁବ, ମହିଳା ତଥା ବରିଷ୍ଠ ନେତାମାନଙ୍କୁ ନୂଆ ଟିମ୍‌ରେ ସ୍ଥାନ ମିଳିଛି।

ପିସିସିର ନବନିଯୁକ୍ତ ୧୨ ଜଣ ଉପସଭାପତି ହେଲେ ଗଣେଶ୍ବର ବେହେରା, ସନ୍ତୋଷ ସିଂହ ସାଲୁଜା, ସରସ୍ବତୀ ହେମ୍ବ୍ରମ୍‌, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ଭୁଜବଳ ମାଝି, ଯଜ୍ଞେଶ୍ବର ବାବୁ, ନକୁଳ ନାୟକ, ଦେବାଶିଷ ପଟ୍ଟନାୟକ, ସଦନ ନାୟକ, ରତ୍ନାମଣି ଉଲାକା ଓ ସସ୍ମିତା ବେହେରା। ସାଧାରଣ ସଂପାଦକ ଟିମ୍‌ରେ ଅଛନ୍ତି ସତ୍ୟପ୍ରକାଶ ନାୟକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ରବୀନ୍ଦ୍ର ମଲ୍ଲିକ, ସଂଗ୍ରାମ ମିଶ୍ର, ରାଜକିଶୋର ଷଡ଼ଙ୍ଗୀ, ଅରିନ୍ଦମ ସରଖେଲ, ରଜତ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ବିଶ୍ବଭୂଷଣ ଦାଶ, ବିଶ୍ବମୟ ମହାପାତ୍ର, ସମରେନ୍ଦ୍ର ମିଶ୍ର, ନାରାୟଣ ଜେନା, ମମତା ମାଧି, ଚିନ୍ମୟ ସୁନ୍ଦର ଦାଶ, ରବି ରାୟ, ଆଲୋକ ମିଶ୍ର, ଅସରଫ ଅଲ୍ଲୀ, ସତ୍ୟଶିବ ଦାଶ ଓ ଅଶୋକ କୁମାର ଦାଶ। ୪୬ ଜଣିଆ ସଂପାଦକ ତାଲିକାରେ ଅଛନ୍ତି ବିପ୍ଳବ ଚୌଧୁରୀ, ହେମରାଜ ବାଗ, ନଳିନୀ ସ୍ବାଇଁ, ମାନସ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ପ୍ରିୟାଜିତ ରାୟ, ଦରିଦ୍ର ନାରୟଣ ନାୟକ, ସଂଜୟ ଅଧିକାରୀ, ସଂତାୟନ ମିଶ୍ର, ଅର୍ଚ୍ଚନା ନନ୍ଦି, ସଂଗ୍ରାମ ଦାଶ, ସୁବ୍ରତ ମହାପାତ୍ର, ପଦ୍ମାକର ଗୁରୁ, ମହମଦ ସାବିର, ନାସିର ଅହମଦ, ଶମ୍ଭୁ ପାଣିଗ୍ରାହୀ, ଚନ୍ଦ୍ରଶେଖର ପରିଡ଼ା, ଗୌର ନାୟକ, ତରୁଣ ମାଝି, ଶଶିଭୂଷଣ ପାତ୍ର, ମନୋଜ ସାହୁ, ମନୋଜ ବିଶ୍ବାଳ, ପ୍ରଭାସ୍କର ମହାପାତ୍ର, ହୁସେନ ଖାନ, ଦୁଲାଲା ପ୍ରଧାନ, ଶ୍ରିୟା ମହାନ୍ତି, ସୁକାନ୍ତି ଦାଶ, ଉମେଶ ଜେନା, ଅମିୟ ପାଣ୍ଡବ, ଦୁର୍ଗା ପାଢ଼ୀ, ସନ୍ତୋଷ ନନ୍ଦ, ଲିଙ୍ଗରାଜ ସାହୁ, ସସ୍ମିତା ଦେହୁରୀ, ପ୍ରଦୀପ ମହାପାତ୍ର, ସୁରେଶ ପାଣିଗ୍ରାହୀ, ପ୍ରତିମା ମଲ୍ଲିକ, ମହେନ୍ଦ୍ର ନାୟକ, ବିଜୟ ଚାଉଳିଆ, ସୀମାଂଚଳଗିରି ଉଲ୍ଲାକା, କୃଷ୍ଣ ଚନ୍ଦ୍ର ନେପାକ, ମଧୁସ୍ମିତା ସେଠୀ, ମୁକେଶ ଜୈନ, କୈଳାଶ ମୁଖୀ, ସୂର୍ଯ୍ୟକାନ୍ତି ବାଗ, ସରୋଜ ପ୍ରଧାନ ଓ ବିଜନ ନାୟକ। ପିସିସିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି କିଶୋର ଚନ୍ଦ୍ର ପଟେଲ।

ଏଥି ସହ ପୁନର୍ଗଠିତ ପିସିସିର କାର୍ଯ୍ୟକାରୀ କମିଟିରେ ୩୨ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ନରସିଂହ ମିଶ୍ର, ଅମରନାଥ ପ୍ରଧାନ, ପ୍ରଦୀପ ମାଝି, ଜଗନ୍ନାଥ ପଟ୍ଟନାୟକ, ଡମ୍ବୁରୁଧର ଉଲାକା, ରମାକାନ୍ତ ମିଶ୍ର, ସୁରେନ୍ଦ୍ର ସିଂହ ଭୋଇ, ରାହାସ ବିହାରୀ ବେହେରା, ସୁଶିଳା ତିରିଆ, ପ୍ରକାଶ ଚନ୍ଦ୍ର ଦତ୍ତ, ପଂଚାନନ କାନୁନଗୋ, ମାନସ ଚୌଧୁରୀ, ନବଜ୍ୟୋତି ପଟ୍ଟନାୟକ, ଧରଣୀଧର ନାୟକ, ସୁରେଶ କୁମାର ରାଉତରାୟ, ପ୍ରଫୁଲ୍ଲ ମାଝୀ, ସନତ ଦାସ, ବିପିନ ଦାସ, ସତ୍ୟଭୂଷଣ ସାହୁ, ମନୋଜ କୁମାର ମହାପାତ୍ର, ଚନ୍ଦ୍ର ଶେଖର ମାଝୀ, ଅଜୟନ୍ତୀ ପ୍ରଧାନ, ବେରନିକ ଗମାଙ୍ଗ, ତୁଷାର ପଟ୍ଟଯୋଶୀ, ସରସ୍ବତୀ ହେମ୍ବ୍ରମ, ଅନିତା ବିଶ୍ବାଳ, ପ୍ରଦୀପ ସେଠୀ, ଚନ୍ଦ୍ରମୌଳି କୁମାମ୍ବମ, ପ୍ରମୋଦ ପ୍ରଧାନ, ରମା ପଟ୍ଟନାୟକ, ସତ୍ୟଶିବ ଦାସ ଓ ଉମା ପଣ୍ଡା। ଏକ୍ସ-ଅଫିସିଓ ସଦସ୍ୟ ତାଲିକାରେ ରାଜ୍ୟର ସମସ୍ତ ସାଂସଦ ଓ ବିଧାୟକ, ପୂର୍ବତନ ପିସିସି ସଭାପତି, ଏଆଇସିସିରେ ଓଡ଼ିଶାର ସଦସ୍ୟ ଏବଂ ଛାମୁଆ ସଂଗଠନର ମୁଖ୍ୟମ‌ାନେ ରହିଛନ୍ତି।

ସମ୍ବନ୍ଧିତ ଖବର