ପିଡିପିରେ ୧୪ ବିଧାୟକଙ୍କ ବିଦ୍ରୋହ

ମେହବୁବାଙ୍କ ଭବିଷ୍ୟତ ଅନିଶ୍ଚିତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ପିଡିପିର ସଙ୍କଟ ବଢ଼ିବାରେ ଲାଗିଛି। ଦଳର ୧୪ ଜଣ ବିଧାୟକ ଏବେ ଦଳ ସୁପ୍ରିମୋ ମେହବୁବା ମୁଫ୍‌୍‌ତିଙ୍କୁ ହଟାଇବାକୁ ଦାବି କରିଥିବାରୁ ଯେ କୌଣସି ମୁହୂର୍ତ୍ତରେ ଦଳରେ ବିଭାଜନ ଆଶଙ୍କା ସୃଷ୍ଟି ହୋଇଛି। ୧୪ ବିଧାୟକ ଏହି ମାମଲାରେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେବାପରେ ଏବେ ପିଡିପି ଏବଂ ମେହବୁବାଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତାରେ ରହିଛି। ରାଜ୍ୟରେ ଜୁନ ୨୦ରୁ ରାଜ୍ୟପାଳ ଶାସନ ଲାଗୁ ହେବା ପରଠାରୁ ପିଡିପିରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅସନ୍ତୁଷ୍ଟି ପିଡିପି ନେତା ତଥା ବିଧାୟକ ଜାଦିବାଲ୍‌ ଆବିଦ୍‌ କହିଛନ୍ତି ଯେ ଦଳର ଅଧା ବିଧାୟକ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ବାରମୁଳା ବିଧାୟକ ଜାଭେଦ ହୁସେନ କହିଛନ୍ତି ଯେ ମୁଫ୍‌୍‌ତି କେବଳ ପରିବାରବାଦକୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି ଏବଂ ଦଳ ପାଇଁ ଏହା ଘୋର ବିପଦର କାରଣ ହୋଇଛି। ତେଣୁ ମୁଫ୍‌୍‌ତିଙ୍କୁ ବାଦ ଦେଇ ଦଳରେ ନୂଆ ନେତା ଚୟନ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଏଭଳି ସ୍ଥିତିରେ ଆଉ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ବଡ଼ ଧରଣର ରାଜନୈତିକ ହଟଚମଟ ଆରମ୍ଭ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର