ପିଡିପି-ବିଜେପି ମେଣ୍ଟ ଅନୈତିକ ଥିଲା: ଶିବସେନା

ମୁମ୍ବାଇ: ଜମ୍ମୁ କଶ୍ମୀରରେ ବିଜେପି-ପିଡିପି ମେଣ୍ଟ ଅପ୍ରାକୃତିକ ଏବଂ ଜାତୀୟତା ବିରୋଧୀ ଥିଲା ବୋଲି ଆଜି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି। ଶିବସେନା ମୁଖ୍ୟ ଉଦ୍ଦବ ଥାକରେ ପୂର୍ବରୁ କହିଥିଲେ ଯେ ଏହି ମେଣ୍ଟ ଅଧିକ ଦିନ କାମ କରିବନି। ଏବେ ଏହି ମେଣ୍ଟର କାର୍ଯ୍ୟ ଦେଶବାସୀ ଦେଖିଲେ ବୋଲି ସେ କହିଛନ୍ତି। ଯଦି ମେଣ୍ଟ ଭାଙ୍ଗିନଥାନ୍ତା ତା’ହେଲେ ବିଜେପିକୁ ୨୦୧୯ ଲୋକସଭା ନିର୍ବାଚନରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। ଜମ୍ମୁ କଶ୍ମୀରରେ ସାଢ଼େ ତିନିବର୍ଷ କ୍ଷମତାରେ ରହିବାପରେ ଏବଂ ୬୦୦ ଯବାନ ସହିଦ ହେବାପରେ ପରେ ବିଜେପିର ଏବେ ହୃଦ୍‌ବୋଧ ହେଲା ଯେ ଏହା ମେଣ୍ଟ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେବା ଉଚିତ୍‌। ଏଭଳି ସ୍ଥିତି ଦେଶର ବ୍ୟାପକ କ୍ଷତି ଘଟିଛି ବୋଲି ଶିବସେନା କହିଛି।

ସମ୍ବନ୍ଧିତ ଖବର