ମେହେବୁବା ମୁଫ୍‌ତିଙ୍କୁ ଆଜି ଭେଟିବ ପିଡିପି ପ୍ରତିନିଧି

ଶ୍ରୀନଗର : ପିଡିପି ‌ମୁଖ୍ୟ ମେହେବୁବା ମୁଫ୍‌ତିଙ୍କୁ ସୋମବାର ନିଜ ଦଳର ଏକ ପ୍ରତିନିଧି ଦଳ ଭେଟିବାକୁ ଜମ୍ମୁ-କଶ୍ମୀର ସରକାର ଅନୁମତି ପ୍ରଦାନ କରିଛନ୍ତି। ନ୍ୟାସ୍‌ନାଲ କନ୍‌ଫରେନ୍‌ସ ନେତା ଫାରୁକ୍‌ ଏବଂ ଓମାର୍‌ ଅବଦୁଲ୍ଲାଙ୍କୁ ଆଜି ଦଳୀୟ ସଦସ୍ୟମାନେ ଭେଟିବା ପରେ ସୋମବାର ପିଡିପି ମୁଖ୍ୟ ମେହେବୁବାଙ୍କୁ ଭେଟିବାକୁ ଜମ୍ମୁ-କଶ୍ମୀର ସରକାର ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅଗଷ୍ଟ ୫ ତାରିଖରୁ ଫା‌ରୁକ୍‌, ଓମାର ଓ ମେହେବୁବାଙ୍କ ଭଳି ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି। ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ଜମ୍ମୁରୁ ସବୁ ନେତାଙ୍କୁ ମୁକ୍ତ କରାଯାଇଥିବା ବେଳେ କଶ୍ମୀରରୁ ପର୍ଯ୍ୟାୟକ୍ରମେ ନେତାମାନଙ୍କୁ ମୁକ୍ତ କରାଯିବ ବୋଲି ରାଜ୍ୟପାଳ ସତ୍ୟପାଲ୍‌ ମଲିକଙ୍କ ପରାମର୍ଶଦାତା ଫାରୁକ୍‌ ଖାନ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର