ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ପିଡିପି-ଏନ୍ସି-କଂଗ୍ରେସ ମେଣ୍ଟ ଚୂଡ଼ାନ୍ତ; ଅଲ୍ତାଫ୍ ବୁଖାରୀ ହେବେ ମୁଖ୍ୟମନ୍ତ୍ରୀ
ଶ୍ରୀନଗର/ ନୂଆଦିଲ୍ଲୀ: ବିଗତ ପାଞ୍ଚ ମାସ ଧରି ରାଜ୍ୟପାଳ ଶାସନ ଅଧୀନରେ ରହିବା ପରେ ଆଜି ଜମ୍ମୁ- କଶ୍ମୀରରେ ନୂତନ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି। ଜମ୍ମୁ- କଶ୍ମୀରରେ ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି (ପିଡିପି)- ନ୍ୟାସନାଲ କନଫରେନ୍ସ (ଏନ୍ସି)- କଂଗ୍ରେସ ଏକାଠି ମେଣ୍ଟ କରି ସରକାର ଗଠନ କରିବେ ଏବଂ ନୂତନ ସରକାରରେ ପିଡିପିର ବରିଷ୍ଠ ନେତା ଅଲ୍ତାଫ୍ ବୁଖାରୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ବସମ୍ମତ୍ତ ନିଷ୍ପତ୍ତି ହୋଇଥିବା ଜାଣିବାକୁ ମିଳିଛି। ୮୭ ସଦସ୍ୟ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭାରେ ଏବେ ପିଡିପିର ୨୮, ଏନ୍ସିର ୧୫ ଓ କଂଗ୍ରେସର ୧୨ ଜଣ ନିର୍ବାଚିତ ବିଧାୟକ ଅଛନ୍ତି। ଏମାନେ ସମସ୍ତେ ମିଶିଗଲେ ଏମାନଙ୍କ ସଂଖ୍ୟା ୫୫ ହୋଇଯିବ ଓ ସରକାର ଗଠନ ପାଇଁ ରାସ୍ତା ପରିଷ୍କାର ହୋଇଯିବ।
Sambad is now on WhatsApp
Join and get latest news updates delivered to you via WhatsApp
How will Jammu react? It will be an all Muslim alliance, how will Ladakh react? These irresponsible talks will only lead to trifurcation of J&K. Ladakh&Jammu will not remain a part of the state which is ruled by only one community:PDP MP Muzaffar Baig on potential NC-PDP alliance pic.twitter.com/1jgGBOT8mM
— ANI (@ANI) November 21, 2018
Hum parties ka yeh kehna tha ki kyu na hum ikatthe ho jaye aur sarkar banaye. Abhi vo stage sarkar banne wali nahi hai,ek sujhaav ke taur par baatcheet abhi chal rahi hai: Ghulam Nabi Azad, Congress on potential Congress-PDP-NC alliance pic.twitter.com/QqahukNrXp
— ANI (@ANI) November 21, 2018
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)- ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସହ ମେଣ୍ଟକରି ଜମ୍ମୁ- କଶ୍କୀରରେ ମିଳିତ ସରକାର ଗଠନ କରିଥିଲା। ତେବେ ହଠାତ୍ ବିଜେପି ମିଳିତ ସରକାରରୁ ଓହରି ଯିବାରୁ ପିଡିପି- ବିଜେପି ମେଣ୍ଟ ସହ ସରକାର ମଧ୍ୟ ଭାଙ୍ଗି ଯାଇଥିଲା ଏବଂ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା।
My leadership has confirmed it to us that the three parties (Congress, PDP & NC) have agreed to make a coalition to defend the special identity of the state politically and legally. Very soon you will get a good news: Altaf Bukhari, PDP pic.twitter.com/5tHEdBoOGJ
— ANI (@ANI) November 21, 2018