ଇସଲାମାବାଦ୍/ବେଜିଂ: ‘ମିସନ୍ ଶକ୍ତି’ ମାଧ୍ୟମରେ ଅନ୍ତରୀକ୍ଷରେ ଏକ ଲାଇଭ୍ ଉପଗ୍ରହକୁ କ୍ଷେପଣାସ୍ତ୍ର ମାଡ଼ କରି ଭାରତ ନଷ୍ଟ କରିବା ପରେ ଏହାକୁ ନେଇ ଚୀନ୍ ଏବଂ ପାକିସ୍ତାନ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାରତର ମିସନ୍ ଶକ୍ତିକୁ ନେଇ ଆଜି ଚୀନ୍ ଏବଂ ପାକିସ୍ତାନ ପୃଥକ୍ ପ୍ରତିକ୍ରିୟା ପକାଶ କରିଛନ୍ତି। ଚୀନ୍ କହିଛି ପ୍ରତ୍ୟେକ ଦେଶ ଅନ୍ତରୀକ୍ଷରେ ଶାନ୍ତି ବଜାୟ ରଖିବା ଉଚିତ୍। ଅନ୍ୟପକ୍ଷେ ପାକିସ୍ତାନ କହିଛି ଯେ କେବଳ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଦେଶଗୁଡ଼ିକ ମହାକାଶ ଜ୍ଞାନକୌଶଳର ବ୍ୟବହାର କରିବା ଉଚିତ୍। ଭାରତ ଆଜି ମହାକାଶରେ ଏକ ଲାଇଭ୍ ଉପଗ୍ରହକୁ ଖସାଇବାର ମାତ୍ର କିଛି ସମୟ ପରେ ପାକିସ୍ତାନ ଏହାର ବିରୋଧ କରିଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମହାକାଶ ମାନବ ଜାତିର ଏକ ସାଧାରଣ ସମ୍ପଦ। ଏହାର କୌଣସି ସୀମା ସରହଦ ନାହିଁ। ମହକାଶରେ କୌଣସି ପ୍ରକାର ଅସ୍ତ୍ର ପ୍ରତିଯୋଗିତା ଗ୍ରହଣୀୟ ନୁହେଁ। ଉଲ୍ଲେଖଯୋଗ୍ୟ ଚୀନ୍ ୨୦୦୭ ଜାନୁଆରିରେ ଏଭଳି ଏକ ପରୀକ୍ଷା କରିଥିଲା।
ଅନ୍ତରୀକ୍ଷରେ ଶାନ୍ତି ଜରୁରୀ: ଚୀନ୍
ମହାକାଶରେ ଅସ୍ତ୍ରପ୍ରତିଯୋଗିତା ନହେଉ: ପାକିସ୍ତାନ
/sambad/media/post_attachments/wp-content/uploads/2019/03/rocket.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)