ଶ୍ରୀଲଙ୍କାରେ ଶାନ୍ତି ଫେରୁଛି: ସରକାରୀ ସମ୍ପତ୍ତି ହସ୍ତାନ୍ତର କଲେ ଆନ୍ଦୋଳନକାରୀ

ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା, କଲମ୍ବୋରେ ସୁରକ୍ଷା କଡ଼ାକଡ଼ି, ଯୁଦ୍ଧଯାନ ମୁତୟନ

କଲ‌ମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋ‌ରେ ଶାନ୍ତି ଫେରୁଛି। ରାଷ୍ଟ୍ରପତି ଗେଟାବାୟା ରାଜପକ୍ଷ ଆଜି ଇସ୍ତପା ଦେଇଥିବାରୁ ମିଳିତ ସରକାର ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି କୁହାଯାଉଛି। ଗତ ୪ ଦିନର ଅଶାନ୍ତ ବାତାବରଣ ପରେ ଆଜି ଆନ୍ଦୋଳନ, ହିଂସା ଓ ଭଙ୍ଗାରୁଜା ବନ୍ଦ ରହିଛି । ଇତି ମଧ୍ୟରେ ସରକାର ବିରୋଧୀ ଆନ୍ଦୋଳନକାରୀଙ୍କ ଦଖଲରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ସେନାକୁ ହସ୍ତାନ୍ତର କରିଥିବା ଘୋଷଣା କରିଛନ୍ତି। ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଛାଡ଼ି ଦେଇଥିବା ଘୋଷଣା କରିଛନ୍ତି। ଗଣମାଧ୍ୟମରେ ଉଦ୍‌ବୋଧନ ଦେଇ ଆନ୍ଦୋଳନକାରୀ କହିଛନ୍ତି, ସେମାନେ କେବଳ ସରକାରୀ ସମ୍ପତ୍ତି ହସ୍ତାନ୍ତର କରୁଛନ୍ତି। କିନ୍ତୁ ସେମାନଙ୍କ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିବ। ଗୁରୁବାର କଲମ୍ବୋ ସହରରେ ଶାନ୍ତି ଫେରିଥିବା ସତ୍ତ୍ବେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରାସ୍ତାରେ ଯୁଦ୍ଧଯାନ ମୁତୟନ ହୋଇଛି।

ଶ୍ରୀଲଙ୍କା ସଂସଦ ନିକଟରେ ମଧ୍ୟ ସୁରକ୍ଷା କଡ଼ାକଡ଼ି ହୋଇଛି। ସଂସଦ ନିକଟରେ ସେନାର ଏକ ଟ୍ୟାଙ୍କ୍‌ ମୁତୟନ ହୋଇଛି। ଶ୍ରୀଲଙ୍କାର ୩ ଥାକିଆ‌ ସୁରକ୍ଷା ତଥା ପୁଲିସ, ସେନା ଏବଂ ସ୍ବତନ୍ତ୍ର ବାହିନୀ ସଂସଦ ବାହାରେ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷେ ଶ୍ରୀଲଙ୍କା ସରକାର ଗୁରୁବାର ଅପରାହ୍ନ ୧୨ଟାରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ କଲମ୍ବୋରେ କର୍ଫ୍ୟୁ ଜାରି କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ‌ସେନା ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ୮୪ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର